ବୁଗୁଡ଼ା,୧୫।୦୯(ପୂର୍ଣ୍ଣଚନ୍ଦ୍ର ବାରିକ):ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକକରସିଙ୍ଗି ଞ୍ଚାୟତ ର ଆଦିବାସୀ ଅଧୁଷିତ ଇଲାକା ବରଡା ସାହି ଠାରେ ଗଣେଶ ପୂଜା ଉପଲକ୍ଷେ ମା କୁଲେଇସୁଣୀ ଯୁବ ନାଟ୍ୟ ସଂସଦ ଆନୁକୂଲ୍ୟରେ କାଳ୍ପନିକ ନାଟକ “ଜଗନ୍ନାଥ ତୁମେ ଜବାବ ଦିଅ” ଆୟୋଜିତ ହୋଇଥିଲା। ଏହି ନାଟକକୁ କରସୀଙ୍ଗି ପଞ୍ଚାୟତ ସମିତି ସଭ୍ୟ ଶ୍ରୀ ଚିକୁ ବାରିକ ଉପସ୍ଥିତ ରହି ଉଦ୍ଘାଟନ କରିଥିଲେ।ଉଦ୍ଘାଟନୀ ଉତ୍ସବରେ ଶ୍ରୀ ବାରିକ ନାଟକର ନିର୍ଦ୍ଦେଶକ ଅଭିମନ୍ୟୁ ପ୍ରଧାନ, ଗ୍ରାମ ସଭାପତି ଉପେନ୍ଦ୍ର ଯାନୀ ଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେ। ସେ କହିଥିଲେ ଯେ, ଗ୍ରାମାଞ୍ଚଳରେ ନାଟକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଯୁବପିଢ଼ୀଙ୍କ ମଧ୍ୟରେ କଳା ଓ ସଂସ୍କୃତି ପ୍ରତି ଆଗ୍ରହ ବଢ଼ାଇଥାଏ।ଏହି ଅବସରରେ ନୂତନ କଳାକାରମାନଙ୍କୁ ଉତ୍ସାହିତ କରି ସେ ଆଗାମୀ ଦିନରେ ଅଧିକ ସଂଖ୍ୟାରେ ସାଂସ୍କୃତିକ ଓ ନାଟ୍ୟ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଆହ୍ୱାନ ଦେଇଥିଲେ। ନାଟକର ଆକର୍ଷଣୀୟ କାହାଣୀ ଓ କଳାକାରମାନଙ୍କ ଅଭିନୟ ଦର୍ଶକଙ୍କ ମନ ମୋହିଥିଲା। ବହୁ ସଂଖ୍ୟକ ଦର୍ଶକ ଉପସ୍ଥିତ ରହି ନାଟକକୁ ଉପଭୋଗ କରିଥିଲେ।

