ଫୁଲବାଣୀ,୧୭।୦୯(ସୁନୀଲ ପଟ୍ଟନାୟକ):ନିକଟରେ ଫୁଲବାଣୀ ଜଙ୍ଗଲ ବିଭାଗ ଡ଼ିଭିଜନ ଅନ୍ତର୍ଗତ ଟୀକା ବାଲି ରେଞ୍ଜ ଅଧୀନ କମ୍ବାନlଯୁ ଗ୍ରାମ ରେ ଦନ୍ତା ହାତୀ ଆକ୍ରମଣ ରେ ପ୍ରାଣେ ସ୍ୱର ମଲିକ (୫୮ବର୍ଷ) ମୃତ୍ୟୁ ହୋଇଥଲା l ମୃତକ ଙ୍କ ପରିବାର କୁ ବନ ବିଭାଗ ପକ୍ଷରୁ ପ୍ରଥମେ ଏକ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ ଓ ମୃତ୍ୟୁ ପ୍ରମାଣ ପତ୍ର, ଲିଗାଲ ହେର ସାର୍ଟିଫିକେଟ ମିଳିବା ପରେ ବଳକା ନ ଲକ୍ଷ ଟଙ୍କା ଅନୁ କମ୍ପାମୂଳକ ସହାୟତା ରାଶି ପ୍ରଦlନ କରାଯିବ ବୋଲି ରେଞ୍ଜର ରଶ୍ମୀ ରଞ୍ଜନ ସ୍ବାଇଁ କହିଛନ୍ତି l ସେହିପରି ଜି ଉଦୟଗିରି ବିଧାୟକ ପ୍ରଫୁଲ୍ଲ କୁମାର ପ୍ରଧାନ ଖବର ପାଇ ମୃତକ ଙ୍କ ପରିବାର ବର୍ଗ ଙ୍କୁ ସମବେଦନା ଜଣାଇବା ସହ ସହାୟତା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ l ଦନ୍ତା ହାତୀ ଏବେ ବି ଗ୍ରାମ ଆଖପାଖ ରେ ବୁଲୁ ଥିବା ରୁ ତାକୁ ଅନ୍ୟତ୍ର ଘଉଡ଼ା ଇ ବା କୁ ସେ ଉଦ୍ୟମ କରିବେ ବୋଲି କହିଛନ୍ତି l

