ପୁରୁଷୋତ୍ତମପୁର,୧୭।୯(ଶୁଭଙ୍କରୀ ଦାଶ):ଆଜି ଅପରାହ୍ନ ରେପୁରୁଷୋତ୍ତମପୁର ପୋଲିସ କୁ ମିଳିଛି ବଡ଼ ସଫଳତା | ଅଲ୍ଟୋ କାର ରେ ଗଞ୍ଜେଇ ଚୋରା ଚାଲାଣହେଉଥିଲା ବେଳେ ପୁରୁଷୋତ୍ତମପୁର ପୋଲିସର ଚଢାଉ | ଅଲ୍ଟୋ କାର ସହ ୯୫ କେଜି ଗଞ୍ଜେଇ ଓ ଜଣେ ଯୁବକ ଅଟକପୁରୁଷୋତ୍ତମପୁର ଥାନା ଝରଣ ଛକରେ ମାଡିବସିଲା ପୋଲିସ. ଏହି ଗଞ୍ଜେଇ ର ମୂଲ୍ୟ ଲକ୍ଷାଧିକ ଟଙ୍କା ର ହେବାର ସୂଚନା ଦେଲେ ପୁରୁଷୋତ୍ତମ ପୁର ଆଇ ଆଇ ସି କୁଳମଣି ସେଠି | ପୁରୁଷୋତ୍ତମପୁର ପୋଲିସ ଅଧିକାରୀ ଓ ଷ୍ଟାଫ ଙ୍କ ମିଳିତ ସହଯୋଗ ରେ ଅପରାଧୀ ଙ୍କ ଉପରେ ତୀକ୍ଷ୍ଣ ନଜର ରଖି ଥିବାରୁ ଅପରାଧୀ ମାନଙ୍କ ପାଇଁ ଲକ୍ଷ୍ମଣ ରେଖା ହୋଈ ଯାଇଛି | ତେବେସେମାନେ ଯଦି ଆଗକୁ ସତର୍କ ନହୁଅନ୍ତି ତେବେ ଆଗକୁ ଏହି ଭଳି ବିପଦ ପଡିବ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି | ଏହି କେଶ ରେ ଉପଖଣ୍ଡ ପୋଲିସ ଅଧିକାରୀ ସୁଜିତ କୁମାର ନାୟକଙ୍କ ସହିତ ଆଇ ଆଇସି କୂଳମଣି ସେଠୀ, ଓ ଷ୍ଟାଫ ଙ୍କ ସହଯୋଗ ରେ କାର୍ଯ୍ୟ ଚଳୁ ରହିଥିଲା | ଏହି ଗଞ୍ଜେଇ ସବୁ ସୁରଟ କୁ ଯିବାର ଥିଲା | ତେବେ ଠିକଣା ସମୟ ରେ ପୋଲିସ ତାଙ୍କୁ ଧରିବାରେ ସଫଳ ହୋଇଛି | ତେବେ ଏହି କାର୍ଯ୍ୟରେ ବହୁ ଯୁବଗୋଷ୍ଟି ଏହି ଅପରାଧିକ କାର୍ଯ୍ୟରେ ନିୟୋଜିତ ରହି ଯେଉଁ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ସେଥିରୁ ନିବୃତ ରହିବାସହିତ ଏହି କାର୍ଯ୍ୟରୁ ସେମାନେ ଦୁରେଇ ରହିବାକୁ ଏସଡ଼ି ପିଓ ସୁଜିତ କୁମାର ନାୟକ ସୂଚନା ଦେଇଛନ୍ତି | ଏହି କାର୍ଯ୍ୟରେ ସ୍ଥାନୀୟ ମାଜିଷ୍ଟେଟ ଦାୟିତ୍ୱ ରେ ଥିବା ଅତିରିକ୍ତ ତହସିଲଦାର ସଙ୍ଗୀତା ସେଠୀ ଉପସ୍ଥିତ ରହିଥିଲେ | ଏହି ଜବତ ଗଞ୍ଜେଇ ର ଆନୂ ମୂଳିକ ମୂଲ୍ୟ ତିରିଶ ଲକ୍ଷ ଟଙ୍କା ହେବ ବୋଲି ଏସଡ଼ି ପିଓ ସୂଚନା ଦେଈ ଛନ୍ତି |

