ଜଟଣୀ,୧୭।୯(କମିଶନରେଟ ପୋଲିସ ପକ୍ଷରୁ ଜଟଣୀ ଗଣେଶ କେଦାର ନାଥ ସାହୁ):ପୂଜାରେ ଭିଡ଼ ନିୟନ୍ତ୍ରଣ ଓ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି। ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।ଜଟଣୀ ଥାନାର ପ୍ରଭାରୀ ପୋଲିସ ଅଧିକାରୀ ଷ୍ଟାଲିନ କୁମାର ବିଶ୍ୱାଳଙ୍କ ସୂଚନା ଅନୁସାରେ, ଗଣେଶ ପୂଜାରେ ଶାନ୍ତି ଶୃଙ୍ଖଳା ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଜଟଣୀ ଥାନାରେ ୨ ଜଣ ଅତିରିକ୍ତ ଡିସିପି, ୪ ଜଣ ଏସିପି, ୪ ଜଣ ଇନ୍ସପେକ୍ଟର, ୩୫ ଜଣ ଏସଆଇ ଓ ଏଏସଆଇ, ୧୦ ଜଣ ମହିଳା ପୋଲିସ, ୧୨ ଜଣ ଟ୍ରାଫିକ ପୋଲିସ ଏବଂ ୨୫ ପ୍ଲାଟୁନ ସଶସ୍ତ୍ର ପୋଲିସକୁ ମୁତୟନ କରାଯାଇଛି। ଜଟଣୀ ସହରରେ ୱାନ ୱେ ଟ୍ରାଫିକ ବ୍ୟବସ୍ଥା କରାଯାଇଛି ଏବଂ ସନ୍ଧ୍ୟା ୪ଟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଭାରୀ ଯାନବାହନ ଜଟଣୀ ସହରରେ ପ୍ରବେଶ ଉପରେ ରୋକ ଲଗାଯାଇଛି। ସୋମବାର ସନ୍ଧ୍ୟାରୁ ପୂଜା ମଣ୍ଡପ ଓ ଭିଡ଼ ଥିବା ବିଭିନ୍ନ ଛକ ସ୍ଥାନ ରେ ପୋଲିସ ମୁତୟନ କରାଯାଇଛି। ହରିଭାଇନା ଛକରେ ଅଧିକ ଟ୍ରାଫିକ ହେବା କାରଣରୁ ଟ୍ରାଫିକ ପୋଲିସ ପକ୍ଷରୁ ଯାତାୟାତ ଉପରେ ନିୟନ୍ତ୍ରଣ କରାଯାଉଛି।

