ଫୁଲବାଣୀ,୧୯।୦୯(ସୁନୀଲ ପଟନାୟକ):ବହୁଦିନ ପୂର୍ବରୁ କନ୍ଧମାଳ ଜିଲ୍ଲା କଂଗ୍ରେସ ସଭାପତି କୋଣସି କାରଣ ନ ଥାଇ ଜଣେ ଟାଣୁଆ ଓ ଦକ୍ଷ ଥିବା କଂଗ୍ରେସ ନେତା ବା ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଘନ କୁମାର ଶବର କୁ ଦଳରୁ ନୀଳମ୍ବନ କରିଥିଲେ କିନ୍ତୁ ଏହି ନିଲମ୍ବନକୁ ସହଜରେ ଗ୍ରହଣ କରିନ ଥିଲା ରାଜ୍ୟ କଂଗ୍ରେସ । ଜଣେ ଆଗ ଧାଡ଼ିର କଂଗ୍ରେସ ନେତାଙ୍କ ନିଲମ୍ବନ ପରେ କନ୍ଧମାଳ ଜିଲ୍ଲାରେ ବରିଷ୍ଠ କଂଗ୍ରେସ ନେତା ଓ ବୁଦ୍ଧିଜୀବୀ ଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା । ଶେଷରେ ରାଜ୍ୟ କଂଗ୍ରେସ ସତସମ୍ମାନ ସହିତ ଘନ କୁମାର ଶବରଙ୍କ ନୀଳମ୍ବନକୁ ପ୍ରତ୍ୟାହାର କରାଯାଇ ଥିବାରୁ ଅନେକ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି । ଦଳୀୟ ନିଷ୍ପତ୍ତି ଅନୁଯାୟୀ ସମ୍ପୃକ୍ତ ନେତାଙ୍କୁ ପୁଣିଥରେ ଦଳୀୟ କାର୍ଯ୍ୟକଳାପରେ ସାମିଲ ହେବାର ସୁଯୋଗ ମିଳିଛି ବୋଲି କହିଛନ୍ତି ବୁଦ୍ଧିଯିବି । ନୀଳମ୍ବନ ଉଠିବା ପରେ ଦଳୀୟ ମହଲରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ପ୍ରତ୍ୟାହାରର କାରଣ ଏବଂ ଆଗାମୀ ଦିନରେ ସମ୍ପୃକ୍ତ ନେତାଙ୍କ ଭୂମିକା କଣ ରହିବ, ତାହା ଦଳ ପକ୍ଷରୁ ଦିଆଯାଇଥିବା ଅଧିକୃତ ସୂଚନା ଉପରେ ନିର୍ଭର କରିବ।ଏହି ନିଷ୍ପତ୍ତି ପରେ ସ୍ଥାନୀୟ କଂଗ୍ରେସ ସଂଗଠନରେ ମଧ୍ୟ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି।ନିଲମ୍ବନ ପ୍ରତ୍ୟାହାର ହେଲା ପରେ ସମ୍ପୃକ୍ତ ଟାଣୁଆ ନେତା ଘନ କୁମାର ଶବର ପିସିସି ସଭାପତି ଏବଂ ଓଡ଼ିଶା ଦାୟିତ୍ୱରେ ଥିବା ଶ୍ରୀଯୁକ୍ତ ଜେଟି କୁସୁମ କୁମାର ଏବଂ କନ୍ଧମାଳର ବରିଷ୍ଠ କଂଗ୍ରେସ ନେତା , ବୁଦ୍ଧିଜୀବୀଙ୍କୁ ମଧ୍ୟ ହୃଦୟରୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

