ବ୍ରହ୍ମପୁର,୨୧।୯(ହିମାଂଶୁ ଶେଖର ସାବତ):ବଜ୍ରପାତର ଭୟାବହତାଠାରୁ ନିଜକୁ ଓ ନିଜ ପରିବାରକୁ ସୁରକ୍ଷିତ ରଖିବାକୁ ହେଲେ ସତର୍କତା ନିହାତି ଜରୁରୀ। ଏହି ସମୟରେ ଘର ଭିତରେ ସୁରକ୍ଷିତ ଆଶ୍ରୟ ନିଅନ୍ତୁ, ବିଦ୍ୟୁତ୍ ସରଞ୍ଜାମଠାରୁ ଦୂରେ ରୁହନ୍ତୁ ଏବଂ କୌଣସି ପରିସ୍ଥିତିରେ ବି ଖୋଲା ସ୍ଥାନ, ଗଛମୂଳ କିମ୍ବା ଜଳାଶୟ ଆଖପାଖକୁ ଯାଆନ୍ତୁ ନାହିଁ। ନିଜେ ସଚେତନ ହେବା ସହିତ ଅନ୍ୟମାନଙ୍କୁ ମଧ୍ୟ ସଜାଗ କରନ୍ତୁ, କାରଣ ସତର୍କତା ଏବଂ ସଚେତନତା ହିଁ ବିପଦରୁ ରକ୍ଷା ପାଇବାର ଏକମାତ୍ର ଉପାୟ।: ବଜ୍ରପାତ ସମୟରେ ସୁରକ୍ଷିତ ରୁହନ୍ତୁ। ସମ୍ଭବ ହେଲେ ଘର ଭିତରେ ରହନ୍ତୁ ଏବଂ ବିଦ୍ୟୁତ୍ ଉପକରଣ ଓ ତାରଠାରୁ ଦୂରେଇ ରୁହନ୍ତୁ। ଗଛ ତଳେ, ଖୋଲା ପଡ଼ିଆରେ କିମ୍ବା ଜଳାଶୟ ନିକଟରେ ଆଶ୍ରୟ ନିଅନ୍ତୁ ନାହିଁ। ସରକାରଙ୍କ ପକ୍ଷରୁ ଜାରି ସତର୍କ ସୂଚନା ଓ ନିର୍ଦ୍ଦେଶକୁ ଅନୁସରଣ କରନ୍ତୁ। ନିଜେ ସଚେତନ ରୁହନ୍ତୁ ଏବଂ ପରିବାରର ସୁରକ୍ଷାକୁ ପ୍ରାଥମିକତା ଦିଅନ୍ତୁ। ସଚେତନ ହୁଅନ୍ତୁ, ସୁରକ୍ଷିତ ରୁହନ୍ତୁ।

