ବୁଗୁଡ଼ା,୨୮।୯(ପୂର୍ଣ୍ଣ ଚନ୍ଦ୍ର ବାରିକ):ବୁଗୁଡ଼ା ମୁଖ୍ୟ ସଡକ ମଦନମୋହନ ଛକ ନିକଟରେ ପୂଜା କମିଟି ପକ୍ଷରୁ ନଗରବାସୀଙ୍କ ଉପସ୍ଥିତି ରେ ଆଗକୁ ଆସୁଥିବା ଜଗତ ଜନନୀ ମା ଦୁର୍ଗା ପୂଜା ଓ କାଳୀପୂଜା ନିମନ୍ତେ ଶୁଭଖୁଣ୍ଟି ମଦନ ସ୍ଥାପନା କରାଯାଇଛି। ପୁରୋହିତ ସଂଗ୍ରାମ କେଶରୀ ନନ୍ଦଙ୍କ ଦ୍ବାରା ପାରମ୍ପରିକ ନୀତି ନିୟମ ଅନୁଯାୟୀ ଶୁଭଖୁଣ୍ଟିକୁ ପୂଜା ଅର୍ଚନା କରାଯାଇଥିବା ବେଳେ ଏଥିରେ କର୍ତ୍ତା ଭାବେ ଡି ଶେଷଦେବ ପାତ୍ର ଦାୟିତ୍ବ ନିର୍ବାହ କରିଥିଲେ । ପୂଜାର୍ଚ୍ଚନା ପରେ ଶଙ୍ଖ ଧ୍ବନି ଓ ହରିବୋଲ ଶବ୍ଦରେ ମନ୍ତ୍ର ଉଚ୍ଚାରଣ ପୂର୍ବକ ଶୁଭଖୁଣ୍ଟି ସ୍ଥାପନ କରାଯାଇ ଥିଲା। ଉକ୍ତ କାର୍ଯ୍ୟକ୍ରମରେ ଲିଟୁ ସାହୁ, କେଦାର ମହାରଣା, ରୁପମ୍ ସୁବୁଦ୍ଧି, କୃଷ୍ଣଚନ୍ଦ୍ର ମହାପାତ୍ର,ସୁବ୍ରତ ସ୍ବାଇଁ, ବିଚିତ୍ର ପାଣିଗ୍ରାହୀ ଓ ଦୁର୍ଗା ପୂଜା କମିଟିର ସଭ୍ୟ ବୃନ୍ଦ ଉପସ୍ଥିତ ଥିଲେ ।

