ଫୁଲବାଣୀ,୨୯।୧୦(ସୁନୀଲ ପଟନାୟକ):ବାତ୍ୟା ଅର୍ଣ୍ଣବ ର ଜବରଦସ୍ତ ପ୍ରଭାବ କନ୍ଧ ମାଳ ଜିଲ୍ଲା ରେ ଦେଖିବାକୁ ମିଳିଛି l ଦୁଇ ଦିନ ଧରି ଲଗାଣ ବର୍ଷା ଯୋଗୁଁ କଳିଙ୍ଗା ଘାଟି ଅନ୍ଧା ର କୋଟ ନିକଟ ରେ ଭୁଷ୍ଫଳନ ହୋଈ ବଡ ପଥର ରାସ୍ତାର ମଧ୍ଯ ଭାଗ ରେ ପଡ଼ିଥିବା ବେଳେ କେତେକ ସ୍ଥାନରେ ଗଛ ଉପୁଡ଼ି ଘାଟି ରାସ୍ତା ରେ ପଡିଥିବା ଜଣା ପଡ଼ିଛି l ଗତ ସେପ୍ଟେମ୍ବର ମାସ ରେ ବର୍ଷା ରେ ଭୁଷ୍ଫଳନ ଯୋଗୁଁ କଳିଙ୍ଗା ଘାଟି କୂ ପ୍ରଶାସନ ମାସେ ହେଲା ସିଲ୍ କରିଥିବା ବେଳେ ଏବେ ପୁଣି ଭୁଷ୍ଫଳନ ଯୋଗୁଁ ଏହି ରାସ୍ତା ଖୋଲିବା ନେଇ ଆଶଙ୍କା ସୃଷ୍ଟି ହୋଇଛି l ସେହିପରି ରାଇକିଆ ମାଣିକେଶ୍ଵର ପଂଚାୟତ ର ମାଲଗୁଡ଼l ଗ୍ରାମ ରେ କଲ୍ ଭର୍ଟ ନିକଟ ରାସ୍ତା ଧୋଇ ହୋଇଯିବା ଫଳରେ ଗମନlଗମନ୍ ବିଛିନ୍ନ ହୋଇପଡ଼ିଛି l ସେହିପରି ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଓ ପବନ ଯୋଗୁଁ କେଉଁଠି ରାସ୍ତା ଧୋଇ ହୋଈ ଯାଇଛି ତ ଆଉ କେଉଁଠି ରାସ୍ତାରେ ଗଛ ଉପୁଡ଼ି ରାସ୍ତା ଅବରୋଧ ହୋଇଛି l ଅଗ୍ନି ସମ୍ ବିଭାଗ କର୍ମଚାରୀ ପହଞ୍ଚି ଗଛ କାଟି ରାସ୍ତା ସଫା କରୁଛନ୍ତି l ମନ୍ତ୍ରୀ ରବୀ ନାୟକ, ଜିଲ୍ଲା ପାଳ ଓ ପ୍ରଶାସନିକ ଅଧିକାରୀ ମାନେ ଘଟଣାସ୍ଥଳରେ ପହଂଚି ଅନୁଧ୍ୟାନ କରିଛନ୍ତି l

