ଫୁଲବାଣୀ,୨୯।୧୦(ସୁନୀଲ ପଟ୍ଟନାୟକ):ବାତ୍ୟା ଅର୍ଣ୍ଣ ବ ପ୍ରଭାବ ରେ ଗତ କାଲି ଓ ଆଜି ର ଲଗାଣ ବର୍ଷା ଯୋଗୁଁ ସlଲକି ନଦୀ ର ଜଳ ସ୍ତର ବୃଦ୍ଧି ପାଇଛି l ଏହାର ଫଳ ସ୍ଵରୂପ ଟିକାବାଲି ଓ ପାବୁରିଆ କୁ ସଂଯୋଗ କରୁଥିବା ଗୁରୁତ୍ଵ ପୂର୍ଣ୍ଣ ସେତୁ ଉପରେ ବନ୍ୟା ପାଣି ପ୍ରବାହିତ ହୋଈ ରାସ୍ତା ବିଛିନ୍ନ ହୋଇପଡ଼ିଥିବା ଖବର ପାଇ କନ୍ଧମାଳ ଜିଲ୍ଲା ଦାୟିତ୍ବ ରେ ଥିବା ପଂଚାୟତ ରାଜ ମନ୍ତ୍ରୀ ରବୀ ନାରାୟଣ ନାୟକ, ପରିଦର୍ଶନ ରେ ଆସି ଅଭାବ ଅସୁବିଧା ବୁଝିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଫୁଲବାଣୀ ବିଧlୟକ ଉମା ଚରଣ ମଲ୍ଲିକ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ l ଅର୍ଣ୍ଣବ ପ୍ରଭାବ ରେ ଜିଲାରେ ବିଭିନ୍ନ ସ୍ଥାନରେ ହୋଇଥିବା କ୍ଷୟକ୍ଷତି ର ଆକଳନ କରିବା ପାଇଁ ମନ୍ତ୍ରୀ ନାୟକ ନିର୍ଦେଶ ଦେଇଛନ୍ତି l ସପ୍ତାହକ ମଧ୍ୟରେ ପରିସ୍ଥିତି ଯେପରି ସ୍ଵାଭାବିକ ଅବସ୍ଥାକୁ ଆସିବ ସେଥିପ୍ରତି ଦୃଷ୍ଟି ଦେବାକୁ ପ୍ରସାଶନିକ ଅଧିକାରୀ ଙ୍କୁ ନିର୍ଦେଶ ଦେଇଛନ୍ତି l

