ଭବାନୀପାଟଣା: ( ଲକିଶନ ଶର୍ମା):ଟାଉନ୍ ହଲ୍ ଠାରେ ଆୟୋଜିତ ୟୁବା ସମ୍ବାଦ କାର୍ଯ୍ୟକ୍ରମ ରେ ଯୋଗ ଦେଇ ବିଭିନ୍ନ ଛାତ୍ର ସଂଗଠନ ଙ୍କ ସହ ଲୋକତନ୍ତ୍ର ବଞ୍ଚାଅ ଅରାଜକତା ହଟାଅ ବିଷୟ ରେ ସମ୍ବାଦ କରିଥିଲେ ଓ ପରେ ହିଲ୍ ଟାଉନ୍ ସ୍ଥିତ ଭାରତ ପ୍ୟାଲେସ୍ କନଫରେନ୍ସ ହଲ୍ଠାରେ ଭାରତୀୟ ଜନତା ପାର୍ଟି କଳାହାଣ୍ଡି ଜିଲ୍ଲାର ଏକ ସାଂଗଠନିକ ବୈଠକ ଜିଲ୍ଲା ସଭାପତି ଶ୍ରୀ ଯୁଗଳ କିଶୋର ପୋଡ଼ ଙ୍କ ନେତୃତ୍ୱରେ ଆୟୋଜିତ କର୍ଯ୍ୟକର୍ତ୍ତ ବୈଠକରେ ଓଡ଼ିଶା ପ୍ରଦେଶ ସହପ୍ରଭାରୀ ଶ୍ରୀ ସ୍ଵଦେଶ ସିଂ ଯୋଗଦେଇ କାର୍ଯ୍ୟକର୍ତ୍ତାମାନଙ୍କୁ ସାଂଗଠନିକ ମାର୍ଗଦର୍ଶନ ପ୍ରଦାନ କରିଥିଲେ।ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ସଂଗଠନକୁ ତୃଣମୂଳ ସ୍ତରରୁ ଅଧିକ ସୁଦୃଢ଼ କରିବା, ପ୍ରତ୍ୟେକ କାର୍ଯ୍ୟକର୍ତ୍ତାଙ୍କ ଭାବାବେଗ ଓ ସମ୍ମାନକୁ ଗୁରୁତ୍ୱ ଦେଇ ଦଳକୁ ଆଗକୁ ନେବା ଉପରେ ଆଲୋଚନା ହୋଇଥିଲା।ଏହି ଅବସରରେ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମର ସମୀକ୍ଷା କରାଯିବା ସହ ବୁଥ୍ ଗଠନ, ବୁଥ୍ ଶକ୍ତିକେନ୍ଦ୍ର ଗଠନ ଏବଂ ସେଗୁଡ଼ିକର ନିୟମିତ ବୈଠକ ଓ କାର୍ଯ୍ୟକଳାପର ସବିଶେଷ ସମୀକ୍ଷା କରାଯାଇଥିଲା।ଏହି ବୈଠକରେ ରାଜ୍ୟ ସଂଗଠନ ମହାମନ୍ତ୍ରି ମାନସ ମହାନ୍ତି, ରାଜ୍ୟ ସାଧାରଣ ସମ୍ପାଦକ ଶାରଦା ଶତପଥୀ, ରାଜ୍ୟ ଉପସଭାପତି ତଥା କଳାହାଣ୍ଡି ଜିଲ୍ଲା ପ୍ରଭାରୀ ଶିବାଜୀ ମହାନ୍ତି, କଳାହାଣ୍ଡି ସାଂସଦ ଶ୍ରୀମତୀ ମାଳବିକା ଦେବୀ, ଧର୍ମଗଡ ବିଧାୟକ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ସୁଧୀର ରଞ୍ଜନ ପଟ୍ଟଯୋଶୀ, ପୂର୍ବତନ ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି, ଆର୍ତ୍ତତ୍ରାଣ ମହାପାତ୍ର ଏସ୍ଡିସି ଅଧ୍ୟକ୍ଷ ବିଜୟ ଦିଶାରୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓଙ୍କ ସମେତ ବରିଷ୍ଠ ନେତା ଭାରତ ଭୂଷଣ ଦେଓ, ଅଜୟ ପାଣିଗ୍ରାହୀ, ମନୋଜ ମେହେର, ରମେଶ ମାଝୀ, ଅନିରୁଦ୍ଧ ପ୍ରଧାନ, ସନ୍ତୋଷ ବିଶି, ସନ୍ତୋଷିନୀ ଦାସ, ସୋଭାଗିନୀ ପାତ୍ର, କାଞ୍ଚନ ବେମାଲ, ସୁକାନ୍ତି ସା, ଜିଲ୍ଲା ସାଧାରଣ ସମ୍ପାଦକ ଲୋକନାଥ ଦୁର୍ଗା, ସତ୍ୟନାରାୟଣ ବେହେରା, ହିମାଂଶୁ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।ଏହା ସହିତ ଜିଲ୍ଲା ମିଡ଼ିଆ ସଂଯୋଜକ ନରହରି ପଟ୍ଟନାୟକ ମଧ୍ୟ ବୈଠକରେ ଉପସ୍ଥିତ ରହି ସାଂଗଠନିକ କାର୍ଯ୍ୟକ୍ରମର ଖବର ପ୍ରସାରଣ ଓ ଗଣମାଧ୍ୟମ ସହ ସମନ୍ୱୟ ରକ୍ଷା କରିଥିଲେ। ବୈଠକରେ ଜିଲ୍ଲାର ସମସ୍ତ ପଦାଧିକାରୀ, ଜିଲ୍ଲା ପ୍ରଭାରୀ, ମଣ୍ଡଳ ସଭାପତି, ମଣ୍ଡଳ ପ୍ରଭାରୀ, ମୋର୍ଚ୍ଚା ସଭାପତି, ସେଲ୍ ଆବାହକ ତଥା ବହୁ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ରହିଥିଲେ।

