ଫୁଲବାଣୀ,0୪/0୫,(ସୁନୀଲ ପଟ୍ଟନାୟକ):କାଳ ବୈଶାଖୀ ଝଡ ତୋଫାନ ରେ କ୍ଷତିଗ୍ରସ୍ତ ପରିବାର ଙ୍କୁ ପ୍ରଶାସନ ପକ୍ଷରୁ ତୁରନ୍ତ ସହାୟତା ରାଶି ଯୋଗାଇ ଦେବା ପାଇଁ ଦାବୀ ହେଉଛି l ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ଟେଟେକl ପଦର, ପlଟ lପଦର ଗ୍ରାମ ର ସାବିତ୍ରୀ ମଲିକ ଙ୍କ ଘର ଛାତ ଉଡ଼ିଯାଇଛି ଘରେ ଥିବା ଆସବାବ ପତ୍ର ନଷ୍ଟ ହୋଇଯାଇଛି l ଗ୍ରାମ ର କିଛି ବଦାନ୍ୟ ବ୍ୟକ୍ତି ସାହାଯ୍ୟ ସହଯୋଗ ଯୋଗାଇ ଦେଉଥିଲେ l ପ୍ରଶାସନ ପକ୍ଷରୁ ତୁରନ୍ତ ସହାୟତା ରାଶି ପ୍ରଦାନ କରିବା ପାଇଁ ଦାବୀ ହେଉଛି l ସେହିପରି ଟିକାବାଲି ବ୍ଲକ ଅଞ୍ଚଳ ରେ ଗଛ ପଡ଼ିବା ସହ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ଯାଇଥିବା ଦେଖିବlକୁ ମିଳିଛି l ବନ ବିଭାଗ ଫରେଷ୍ଟର ଅଫିସ ଉପରେ ଗଛ ଉପୁଡ଼ି ପଡ଼ିଥିବାରୁଅଫିସ୍ ନଷ୍ଟ ହୋଇଥିବା ବେଳେ ଅନେକ ଗୁଡ଼ିଏ ସ୍ଥାନରେ ଘର ର ଆଜବେଷ୍ଟସ ଉଡି ଯାଇଛି l ସେହିପରି ଜିଲ୍ଲାର ବାଲିଗୁଡ଼ା, ଚକାପାଦ ବ୍ଲକ ଅଞ୍ଚଳ ରେ ମଧ୍ଯ ବିଭିନ ସ୍ଥାନରେ କାଳ ବୈଶାଖୀ ର ତାଣ୍ଡବ ଲୀଳା ଦେଖିବlକୁ ମିଳିଛି l

