ପୁରୁଷୋତ୍ତମପୁର,୨୮/୦୫,(ଶୁଭଙ୍କରୀ ଦାଶ):ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ୱାର୍ଡ ନଂ 7 ର ପୁରୁଣା ପୋଷ୍ଟ ଅଫିସ ସାହିର ବାସିନ୍ଦା ବାଇନାଥ ସାହୁଙ୍କ ସାନପୁଅ ମୁକେଶ ସାନ ପୁଅ( 30) ବର୍ଷ ଗତକାଲି ସନ୍ଧ୍ୟାରେ ଘରେ କାହାକୁ ନଜଣାଇ ନିଜସ୍କୁଟି ଗାଦିରେ ଭୁତ ସରସିଙ୍ଗିପଞ୍ଚାୟତ ର କଇଠଡା ଗାଁ ବଣରେ ରାସ୍ତା ଉପରେ ସ୍କୁଟିଟିକୁ ରଖି ଗଛରେ ଆତ୍ମହତ୍ୟା କରି ଦେଇଥିଲେ | ମୁକେଶ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ନଫେରିବାରୁ ଅନ୍ୟ ଦୁଇଭାଇ ଏବିଷୟ ରେ ପୋଲିସ କୁ ଖବର ଦେଇଥିଲେ | ଏହାର କିଛି ସମୟ ପରେ ଜଣେ ବ୍ୟକ୍ତି ତାଙ୍କ ସ୍କୁଟି ଟି ରାସ୍ତା ଉପରେ ରହି ଥିବାର ଖବର ଦେବାରୁ ପୋଲିସ ସହିତ ଦୁଇଭାଇ ସେହି ବଣ ରାସ୍ତାକୁ ଯାଇ ବହୁତ ଖୋଜା ଖୋଜି କରିଥିଲେ | ତେବେ ରାତ୍ର ର ଅନ୍ଧାର ଯୋଗୁଁ ତାଙ୍କୁ ବଣ ମଧ୍ୟରେ ଖୋଜିବା ସମ୍ଭବ ହୋଇନଥିଲା | ତେବେ ଆଜି ପୋଲିସ ଓ ଘରଲୋକ ସେହି ସ୍ଥାନରେ ଖୋଜା ଖୋଳି ପରେ ଗୋଟିଏ ଗଛରେ ସେ ଆତ୍ମହତ୍ୟା କରିଥିବାର ଦେଖି ଗଛରୁ ଶବକୁ ତଳକୁ ଓହ୍ଲାଇ ଥିଲେ | ଏବଂ ପୋଲିସ ସବୁ ନିୟମ, ଅନୁସାରେ ଲେଖା ଲେଖି ପରେ ପୋଷ୍ଟ ମଟମ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲେ | ତେବେ ମୁକେଶ ଙ୍କ ବାପା ତିନି ପୁଅ ପାଇଁ ତିନିଗୋଟି ଦୋକାନ କରି ଦେଇଥିଲେ ଏବଂ ନିଜେ ପାନ ଦୋକାନ ରେ ବସି ବ୍ୟବସାୟ କରୁଥିଲେ | ପାନ ଦୋକାନ ସହ ତିନି ଭାଇଙ୍କ ଦୋକାନ ବି ଭଲ ଚାଲୁଥିଲା ଏବଂ ଲୋକଙ୍କ ସହ ସମସ୍ତ ଙ୍କ ଭଲ ସମ୍ପର୍କ ରହିଥିଲା | ତେବେ କେଉଁ କାରଣ ଯୋଗୁଁ ମୁକେଶ (ଚି଼ଙ୍କୁ ) ଆତ୍ମହତ୍ୟା କଲେ ତାହାର କାରଣ ଅସ୍ପଷ୍ଟ ରହିଛି | ତେବେ ଜଣେ ଯୁବ ବ୍ୟବସାୟୀ ଙ୍କ ଏହି ଅକାଳ ବିୟୋଗ ରେ ଅଞ୍ଚଳରେ ଶୋକର ଛାୟା ଖେଳାଇ ଯାଇଛି |

