ଫୁଲବାଣୀ,୨୯/୦୫,(ସୁନୀଲ ପଟ୍ଟନାୟକ):ଠିକାଦାର ଓ ଯନ୍ତ୍ରୀ ମିଶି କୁଆଡେ ଚଳୁ କରିଦେଲେ ସିଂହ ଭାଗ ଅର୍ଥ l ଫଳରେ ରାସ୍ତା କାମ ନିମ୍ନ ମାନର ହେବା ସହ ଚାଲିବା ସମ୍ଭବ ହେଉ ନି l ଏଭଳି ଅଭିଯୋଗ ଆସିଛି ଜି ଉଦୟଗିରି ବ୍ଲକ ଅନ୍ତର୍ଗତ ଶ୍ରିକ ଲା ରୁ- କିଲକିଆ ପ୍ରଧାନ ମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ରେ ନିର୍ମିତ ରାସ୍ତା କାମରେ l ଗାଁ ରେ ରାସ୍ତା ନିର୍ମାଣ ହେବ ଆଉ ବେଶ୍ ଖୁସିରେ ଲୋକେ ଗାଡ଼ି ମୋଟର ଚଳାଇ ଆରାମ ରେ ଯିବା ଆସିବା କରିବେ ବୋଲି ଭାବୁଥିଲେ l ହେଲେ ରାସ୍ତା ନିର୍ମାଣ ସରିଲା କିନ୍ତୁ ନିମ୍ନ ମାନର କାର୍ଯ୍ୟ ହୋଇଥିବାରୁ ପାଦରେ ଚାଲି କି ଯିବା ସମ୍ଭବ ହେଉନି l ଅଭିଯୋଗ କଲେ ଶୁଣିବାକୁ କିଏ ନାହିଁ l ସୂଚନା ଯୋଗ୍ୟ ଯେ ସରକାର ପ୍ରଧାନ ମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ରେ ୫୮ଲକ୍ଷ ଟଂକା ଅନୁଦାନ ପ୍ରଦାନ କରିଥିଲେ l ତେବେ ସରକାରୀ ନୀତି ନିୟମ ଅନୁଯାୟୀ କାର୍ଯ୍ୟ ନ ହୋଈ କୁଆଡ଼େ ସିଂହ ଭାଗ ଅର୍ଥ ହେରେ ଫେରେ ହୋଇଥିବା ଅଭିଯୋଗ ହୋଇଛି l ରାସ୍ତା ରୁ ଗୁଡ଼ି ଉଠି ଯିବା ଫଳରେ ଗାଡି ମୋଟର ଯିବା ତ ଦୂରର କଥା ପାଦରେ ଚାଲି ଚାଲି ଯିବା ଆସିବା ସମ୍ଭବ ହେଉନି l ଗତ ୨୦୧୮ରେ ଗ୍ରାମ ନିର୍ମାଣ ବିଭାଗ ପକ୍ଷରୁ ୫୮ ଲକ୍ଷ ଟଙ୍କା ବ୍ୟୟରେ ରାସ୍ତା ନିର୍ମାଣ ହୋଇଥଲା l ତେବେ ଠିକାଦାର ନିୟମିତ ମରାମତି ନ କରିବା ଯୋଗୁଁ ରାସ୍ତା ଅଵସ୍ଥା ସୋଚନୀୟ ହୋଇପଡିଛି l ମରାମତି ପାଈଁ ଥିବା ଲକ୍ଷ୍ ଲକ୍ଷ ଟଙ୍କା ଯନ୍ତ୍ରୀ ଓ ଠିକାଦାର ମିଶି କୁଆଡେ ହଡ଼ପ କରିଥିବା ଅଭିଯୋଗ ହୋଇଛି l ଏହି ରାସ୍ତା ଦେଇ ବ୍ଲକ ଅଧ୍ୟକ୍ଷ ଯିବା ଆସିବା କରୁଥିଲେ ମଧ୍ଯ ବିଭାଗ ପକ୍ଷରୁ ମରାମତି କରାନଯିବା ଦୁର୍ଭାଗ୍ୟ ଜନକ ବୋଲି କହିଛନ୍ତି l ଗ୍ରାମ୍ୟ ନିର୍ମାଣ ବିଭାଗ ଏଥି ପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି l

