ଫୁଲବାଣୀ,୩୦/୦୫,(ସୁନୀଲ ପଟନାୟକ):କାଳ ବୈଶାଖୀ ରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ମିଡି ଆକିଆ ରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି l ମୁଖ୍ୟ ରାସ୍ତା କୁହାଯାଉଥିବା ବାରଖମା – ବାଲିଗୁଡ଼ା ଓ ମିଡି ଆକିଆ ଛକ ମୁଖ୍ୟ ରାସ୍ତା କଡ଼ରେ ବଡ ବଡ ଗଛ ଉପୁଡ଼ି ରାସ୍ତା ଉପରେ ପଡିବl ସହ ବିଦ୍ୟୁତ ଖୁଣ୍ଟ ମୂଳରୁ ଉପୁଡ଼ିପଡ଼ିଥିଲl ଫଳରେ ତାର ସବୁ ଛିଣ୍ଡି ଯାଇଥିଲା l କିଛି ଲୋକଂକ ଘର ଛପର ନଷ୍ଟ ହୋଇଥିବା ଶୁଣିବାକୁ ମିଳିଛି l ଗଛ ପଡି ରାସ୍ତା ଅବରୋଧ ହେବାରୁ ଯାନ ବାହାନ ଚଳାଚଳ ବାଧାପ୍ରାପ୍ତ ହେବାରୁ ସ୍ଥାନୀୟ ସ୍ବେଛାସେବୀ ଯୁବକ ମାନେ ମିଶି ରାସ୍ତାରୁ ଗଛ ହଟାଇବା ସହ ଏଣେ ତେଣେ ବିଛାଇ ହୋଇ ପଡିଥିବା ବିଦ୍ୟୁତ୍ ତାର କୁ ଟେକି ରଖି ସୂ ଗମନା ଗମନ ର ବ୍ୟବସ୍ଥା କରି ଥିଲେ l ଫଳରେ ସ୍ଵାଭାବିକ ଭାବେ ଗାଡି ମୋଟର ଚଳାଚଳ କରିଥିଲା l ବିଦ୍ୟୁତ୍ ତାର ଛିଡି ଯିବା ଫଳରେ ଗାଁ ଅନ୍ଧାର ହୋଇଯାଇଛି l ବିଦ୍ୟୁତ୍ ବିଭାଗ କର୍ମଚାରୀ ମାନେ ତୁରନ୍ତ ଘଟଣା ସ୍ଥଳ ରେ ପହଞ୍ଚି ନୂତନ ଖୁଣ୍ଟ ପୋତି ବିଦ୍ୟୁତ୍ ସଂଯୋଗ ଦେବା ପାଇଁ ଗ୍ରାମବାସୀ ଅନୁରୋଧ କରିଛନ୍ତି l ବିଦ୍ୟୁତ୍ ବିଭାଗ କର୍ମଚାରୀ ପହଞ୍ଚି ମରାମତି କାର୍ଯ୍ୟ ଆରମ୍ଭ କରିଥିବା ଜଣାପଡିଛି l ଗ୍ରାମ ର ଯୁବକ ମାନେ ସ୍ବତଃ ପ୍ରବୃତ୍ତ ଭାବେ ରାସ୍ତାରୁ ଗଛ କାଟି ସଫା କରି ଥିବlରୁ ଗ୍ରାମବାସୀ ପ୍ରଶଂସା କରିଛନ୍ତି l

