ଗଜପତି,୦୩/୦୬,(ଟିକି ଲିମା):ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୌରପରିଷଦ ଅନ୍ତର୍ଗତ ରାମନଗର ନିକଟସ୍ଥ ନାୟରା ପେଟ୍ରୋଲ ପମ୍ପ ସମ୍ମୁଖରେ ଚାଲିଥିବା ଡ୍ରେନ ନିର୍ମାଣ କାମକୁ ନେଇ ବିବାଦ ତୀବ୍ର ହୋଇଛି। ଏହି ନିର୍ମାଣ କାର୍ଯ୍ୟ ବିରୋଧରେ ଆଲ ଇଣ୍ଡିଆ ଫରୱାର୍ଡ ବ୍ଲକ ଗଜପତି ଜିଲ୍ଲା କମିଟିର ସାଧାରଣ ସମ୍ପାଦକ ପାଇଲା ମୂରଲୀ କ୍ରିଷ୍ଣା ପୂର୍ବରୁ ଜିଲ୍ଲାପାଳ, ପୂର୍ତ୍ତ ବିଭାଗ ନିର୍ବାହୀ ଅଧିକାରୀ, ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ତହସିଲଦାରଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ।ଅଭିଯୋଗରେ ସେ ଦର୍ଶାଇଥିଲେ ଯେ, ବର୍ତ୍ତମାନ ନିର୍ମାଣ ହେଉଥିବା ଡ୍ରେନ ଯୋଗୁଁ ମୁଖ୍ୟ ରାସ୍ତାର ପ୍ରସସ୍ଥତା କମିଯିବା ସହ ଭବିଷ୍ୟତରେ ରାସ୍ତା ପ୍ରସସ୍ଥିକରଣ କାର୍ଯ୍ୟ ବାଧାପ୍ରାପ୍ତ ହୋଇପାରେ। ଏହାସହ ନୂଆ ବସ୍ଷ୍ଟାଣ୍ଡକୁ ସଂଯୋଗ କରୁଥିବା ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତାରେ ଯାତାୟାତ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ମଧ୍ୟ ରହିଛି।

