କରଞ୍ଜିଆ,୪/୬,(ରିଙ୍କୁ ବାବୁ):କରଞ୍ଜିଆ ବ୍ଲକ ଅନ୍ତର୍ଗତ ବଦଦେଉଳି ଗ୍ରାମ ପଞ୍ଚାୟତ ର ସରଧା ଗ୍ରାମ ରେ ୧୯୫୭ ମସିହା ରୁ ଏକ ପ୍ରାଥମିକ ବିଦ୍ୟାଳୟ ଅଛି ସେତେବେଳେ ଏହି ବିଦ୍ୟାଳୟ ରେ ସରଧା, ଅଙ୍କୁର। ଓ ସାନଦେଉଳି ଗ୍ରାମ ର ପିଲାମାନେ ଅଧ୍ୟୟନ କରୁଥଲେ। ଏଥିରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପଢିବା ନିମନ୍ତେ ବ୍ୟବସ୍ଥା ଅଛି। ସମୟ ବଦଳୁଛି ବିଦ୍ୟାଳୟ ର ସୌନ୍ଦର୍ଯ୍ୟ ବି ବଢୁଛି ହେଲେ ଏହି ବିଦ୍ୟାଳୟ ର ଭାଗ୍ୟ ବଦଳୁ ନାହିଁ। ଏହି ବିଦ୍ୟାଳୟ କରଞ୍ଜିଆ ସହର ଠାରୁ ମାତ୍ର ୩ କିଲୋମିଟର ଦୁର ରେ ଅବସ୍ଥିତ। ବ୍ଲକ ର ସମସ୍ତ ବିଦ୍ୟାଳୟ ଗୁଡିକ ଛାତ ଥିବା ବେଳେ ଶରଧା ପ୍ରାଥମିକ ସ୍କୁଲ ଟି ଆଜିବି ଟିଣ ଛପର ଅଛି। ସ୍କୁଲ ର ଭାଗ୍ୟ ଖରାପ ବେଳକୁ ଦାଉ ସାଜିଲା କାଳ ବୈଶାଖୀ,କାଳ ବୈଶାଖୀ ର କରାଳ ରୂପ ରେ ବିଦ୍ୟାଳୟ ରେ ଥିବା ଟିଣ ଛପର ଗତବର୍ଷ ଜୁନ ମାସ ରେ ସମ୍ପୂର୍ଣ ଉଡ଼ିଗଲା, ସେଇ କାଳ ବୈଶାଖୀ ରେ ଉଡ଼ିଥିବ। ଘର ଆଜି ପର୍ଯ୍ୟନ୍ତ ମରାମତି ହେଲା ନାହିଁ। ଏବେ ସ୍କୁଲ ଖୋଲିବା ସମୟ ପୁଣି ଆସିଲା ବର୍ଷା ଋତୁ ଘର ସେମିତି ରହିଲା ପୁଣି ବିଦ୍ୟାଳୟ ର ଗେଟ ନିକଟ ରେ ବର୍ଷ ର ବାରମାସ ଆଣ୍ଠୁଏ ପାଣି ଜମି ରହିଥାଏ ଯାହା ଫଲୋରେ ଛାତ୍ର ଛାତ୍ରୀଙ୍କ ଠାରୁ ଆରଂଭ କରି ଗ୍ରାମବାସୀ ମାନେ ମଧ୍ୟ ହନ୍ତସନ୍ତ୍ ହେଉଛନ୍ତି। ଏହି ଅବସ୍ଥା ଯୋଗୁ ବିଦ୍ୟାଳୟ ରେ ୫ ଶ୍ରେଣୀ ରେ ୮୦ ଛାତ୍ର ଛାତ୍ରୀ ରୁ ଉପସ୍ଥାନ ହୁଏ ୪୦ରୁ ୫୦ ଜଣ। କମଳମତି ଛାତ୍ର ଛାତ୍ରୀ ହୋଇର।ଣ ହେଉଛନ୍ତି ।ତେବେ ବିଦ୍ୟାଳୟ ସଂପର୍କ ରେ ବିଡିଓ ପ୍ରଦୁମ୍ନ କୁମାର ନାଏକ ଙ୍କୁ ସେତେବେଳେ ପଚାରିଥିବାରୁ କହିଥିଲେ ବିଦ୍ୟାଳୟ କାମ ଖୁବ୍ ଶୀଘ୍ର ହେବବୋଲି ହେଲେ କାମ ଆରମ୍ଭ ହେଲା ନାହିଁ ବିଦ୍ୟାଳୟ ଖୋଲିବା ପୂର୍ବ ରୁ ବିଦ୍ୟାଳୟ ର ମରାମତି ହେଲେ ଛାତ୍ର ଛାତ୍ରୀ ଉପକୃତ ହୋଇପାରିବେ।ତେବେ କେବେ ସୁଧୁରିବ ସରଧା ପ୍ରାଥମିକ ବିଦ୍ୟାଳୟ ର ଭାଗ୍ୟ ଦେଖିବାକୁ ବାକି ରହିଲା।

