ଖୋର୍ଦ୍ଧା,୫/୬,(କେଦାର ନାଥ ସାହୁ):ବିଜେଡିର ବିଶାଳ ମହିଳା ସମାବେଶ। ଜିଲ୍ଲା ବିଜେଡି ସଭାପତି ରାଜେନ୍ଦ୍ର ସାହୁଙ୍କ ନେତୃତ୍ୱ ରେ ଏହାଠି ହେଲେ ହଜାର ହଜାର ମହିଳା ଓ ରାଜ୍ୟର ବରିଷ୍ଠ ନେତୃ ମଣ୍ଡଳୀ। ସ୍ଥାନୀୟ ଗୀତଭାବନ ପଡିଆରୁ ଏହି ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲା। ଏହି ଅବସରରେ ରାଜ୍ୟ ନେତୃ ମଣ୍ଡଳୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରାଜ୍ୟ ସରକାରଙ୍କ ବିରୁଦ୍ଧ ରେ ବିକ୍ଷୋଭ ପଦର୍ଶନ କରିଥିଲେ । ରାଜ୍ୟରେ ନାରୀ ଅସୁରକ୍ଷିତ, ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ, ଦରଦାମ ରେ ଅଣନିୟନ୍ତ୍ରିତ, ମିଳୁନି ଭତ୍ତା , ଏସବୁକୁ ମୁଦ୍ଦା କରି ଆଜି ଜିଲ୍ଲା ବିଜେଡି ପକ୍ଷରୁ ବିକ୍ଷୋଭ ପଦର୍ଶନ କରାଯାଇଥିଲା। ନାରୀମାନଙ୍କର ଅଧିକାର ପାଇଁ ନାରୀମାନଙ୍କୁ ସଶକ୍ତ କରିବା କ୍ଷେତ୍ରରେ ବିଜୁ ବାବୁ ହିଁ ଥିଲେ ଯୁଗ ପ୍ରବର୍ତ୍ତକ । ପଞ୍ଚାୟତରାଜ ସଂସ୍ଥାଠାରୁ ଆରମ୍ଭ କରି ସରକାରୀ ଚାକିରୀ କ୍ଷେତ୍ରରେ ୩୩ ପ୍ରତିଶତ ସ୍ଥାନ ମହିଳାମାନଙ୍କ ପାଇଁ ସଂରକ୍ଷଣ ଭଳି ସାହସିକ ପଦକ୍ଷେପ ନେଇ ବିଜୁବାବୁ ଇତିହାସ ସୃଷ୍ଟି କରିଯାଇଛନ୍ତି । ବିଜୁ ବାବୁଙ୍କ ଆଦର୍ଶରେ ନବୀନ ବାବୁଙ୍କ ସରକାର ପଞ୍ଚାୟତରାଜ ଓ ପୌରସଂସ୍ଥାରେ ମହିଳା ସଂରକ୍ଷଣକୁ ୫୦ ପ୍ରତିଶତ ବୃଦ୍ଧି କରିଥିଲେ । ଏହି ଅବସରରେ ରାଷ୍ଟ୍ରପତି ଙ୍କ ଉଦେଶ୍ୟ ରେ ଦାବିପତ୍ର ପ୍ରଦାନ କରାଯାଇଛି। ଆଗକୁ ଏହି ଆନ୍ଦୋଳନ ଜାରି ରହିବ ବୋଲି ଜିଲ୍ଲା ସଭାପତି ଶ୍ରୀ ସାହୁ କହିଛନ୍ତି ।

