ଫୁଲବାଣୀ,୦୮/୦୬,(ସୁନୀଲ ପଟ୍ଟନାୟକ):ସରକାର ଗ୍ରାମାଂଚଳ ଲୋକ ଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ଗ୍ରାମାଂଚଳ ରେ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରଖୋଲିଥିଲେ ମଧ୍ଯ ସେ ଗୁଡିକ ରେ ରୋଗୀ ସେବା ରେ ବ୍ୟlପକ୍ ଅବ୍ୟବ୍ୟସ୍ଥl ଦେଖା ଦେଇଥିବା ଅଭିଯୋଗ ହୋଇଛି l ରୋଗୀକୁ ଡାକ୍ତର ଠିକ ଭାବେ ଚିକିତ୍ସା କରୁନାହାନ୍ତି, କି ଭଲ ଔଷଧ ମଧ୍ଯ ମିଳୁନି l ରୋଗୀକୁ ଦିଆଯାଉଥିବା ବେଡ ରେ ବେଡସିଟ ଦିଆଯାଉନି l ସେହିପରି ଡ଼ାକ୍ତରଖାନା ଫିନାଇଲ ରେ ସଫା କରଯା ଉନିl ପଚାରିଲେ ବେଡ ସିଟ୍ ନାହିଁ କି ଫିନାଇଲ ସପ୍ଲାଏ ନାହିଁ କହୁଛନ୍ତି କର୍ମଚlରି ମାନେ l ଏଭଳି ଅଭିଯୋଗ ଆସିଛି ଫିରିଙ୍ଗିଆ ସ୍ଵାସ୍ଥ୍ୟ କେନ୍ଦ୍ର ରୁ l ଫିରିଙ୍ଗିଆ ସ୍ୱାସ୍ଥ୍ୟକେନ୍ଦ୍ର ରେ ଆବଶ୍ୟକ ଡାକ୍ତର ନାହାଁନ୍ତି l ଆଉ ଯେଉଁ ଡାକ୍ତର ଅଛନ୍ତି ସେମାନେ ସଠିକ୍ ଚିକିତ୍ସା କରୁନଥିବା ଅଭିଯୋଗ ହେଉଛି l ଏଥିପ୍ରତି ନୂତନ ଭାବେ ଯୋଗ୍ ଦେଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ସ୍ଵାସ୍ଥ୍ୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ ହେଉଛି l

