ଫୁଲବାଣୀ, ୨୨।୦୩ : (ସୁନୀଲ ପଟନାୟକ) କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ସଂଘର ସାଧାରଣ ପରିଷଦ ବୈଠକ ଓ ବାର୍ଷିକ ବନ୍ଧୁମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜି ଫୁଲବାଣୀ ସ୍ଥିତ ଡ୍ରିମଲାଣ୍ଡ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂଘର ସଭାପତି ଶ୍ରୀ ପଦ୍ମଚରଣ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭାରମ୍ଭ ପରେ ପ୍ରଥମେ ସଂଘର ଦିବଙ୍ଗତ ସଦସ୍ୟ ମାନଙ୍କ ଆତ୍ମା ର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା। ପରେ ସାଧାରଣ ସମ୍ପାଦକ ଶ୍ରୀ ପ୍ରଣବ କୁମାର ମଣ୍ଡଳ, ସମ୍ପାଦକୀୟ ବିବରଣୀ ଓ ଅଭିଭାଷଣ ରଖିଥିଲେ। କୋଷାଧ୍ୟକ୍ଷଙ୍କ ଦ୍ବାର ବାର୍ଷିକ ଆୟ ବ୍ୟୟ ବିବରଣୀ ପ୍ରଦାନ ପରେ, ସଭାପତି ତାଙ୍କ ଅଭିଭାଷଣରେ ଚଳିତ ବର୍ଷ ସଂଘର ବିଭିନ୍ନ କାର୍ଯ୍ୟକ୍ରମ ଯାହା ବରିଷ୍ଠ ନାଗରିକ ତଥା ସେମାନଙ୍କ ପରିବାର କଲ୍ୟାଣ ଦିଗରେ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ତଥା ସମାଜ ସଂସ୍କାର ମୂଳକ ସଚେତନତା କାର୍ଯ୍ୟକ୍ରମ ସମେତ ଆଗକୁ ସଂଘ ପକ୍ଷରୁ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ସଂଘର କାର୍ଯ୍ଯକାରୀ ସଭାପତି ଶ୍ରୀ ନବକିଶୋର ରଥ,ଶ୍ରୀ ଅନନ୍ତ ଚରଣ ମିଶ୍ର,ଶ୍ରୀ ବିଜୟ କୁମାର ମହାନ୍ତି, ଶ୍ରୀ ପିତାମ୍ବର ମିଶ୍ର, ଶ୍ରୀ ରବି ସୁବୁଦ୍ଧି,ଶ୍ରୀ ବ୍ରଜ ପଟ୍ଟନାୟକ ଏବଂ ଅନ୍ୟ ସଦସ୍ୟ ମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ସଂଗଠନ ସମ୍ପାଦକ ଶ୍ରୀ ବଂଶୀଧର ପଣ୍ଡା କାର୍ଯ୍ୟକ୍ରମ କୁ ପରିଚାଳନା କରିବା ସହିତ ଶେଷର ଧନ୍ଯବାଦ୍ ଅର୍ପଣ କରିଥିଲେ। ଶେଷରେ ଏକ ସାମୁହିକ ମଧ୍ଯାନ୍ନ ଭୋଜନ ରେ ସମସ୍ତଙ୍କୁ ଆପ୍ଯାୟିତ କରାଯାଇଥିଲା ।

