କୋଦଳା,୧୦/୬,(ବାପୁନି ମାଲୁ):ବେଗୁନିଆପଡ଼ା ବ୍ଳକ୍ ଫାସୀ ପଂଚାୟତ ପରିସରରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣି ରେ ଗୋଷ୍ଠୀ ଉର୍ନୟନ ଅଧିକାରୀ ସୁନୀଲ କୁମାର ସାମନ୍ତ , ତହସିଲଦାର ବିନ୍ଦୁ ବଳୟ ରାଉତରାୟ ଅତିରିକ୍ତ ଗୋଷ୍ଠୀ ଉର୍ଣ୍ଣୟନ ଅଧିକାରୀ ନିରଞ୍ଜନ ବେହେରା ,ସରପଞ୍ଚ ଟୁନି ମାଝୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଦ୍ର ନାରାୟଣ ସାହୁ ଯୋଗ ଦେଇଥିଲେ । ବି ଡ଼ି ଓ ଅଭିଯୋଗ ଶୁଣାଣୀ ପାଇଁ ଚିଠି କଲେ ମଧ୍ୟ୍ୟ ମୂର୍ତ୍ତିକା ସଂରକ୍ଷଣ ଅଧିକାରୀ କେବେ ଯୋଗ ଦେଉନଥିବା ସାଧାରଣ ରେ ଅଭିଯୋଗ ହୋଇଥିଲା ।ଏଥିରେ କନିଷ୍ଠ ଯନ୍ତ୍ରୀ ପଦ୍ମ ନାଭ ଜେନା,ଗ୍ରାମ୍ୟ ଉର୍ଣ୍ଣୟନ ସହକାରୀ ଯନ୍ତ୍ରୀ ଭି ଶଙ୍କର ରାଓ କନିଷ୍ଟ ଯନ୍ତ୍ରୀ ଦିଲ୍ଲୀପ ବେହେରା , ପି ଇ ଓ ପ୍ରଦୀପ କୁମାର ଦାସ , ଡବ୍ଲୁ ଇ ଓ ସ୍ଵାଗତିକା ରାଉତ,ଡ଼କ୍ଟର ସଞ୍ଜୟ କୁମାର ସାହୁ,ଜଳ ଓ ପରିମଳ ଯନ୍ତ୍ରୀ ଶୁଭଶ୍ରୀ ମହାରଣା ,ମମତା ପଣ୍ଡା ଯୋଗାଣ ଅଧିକାରୀ ବାଦଲ ବେହେରା , ବି ପି ସି ଚନ୍ଦ୍ର ଶେଖର ବେହେରା,ବି ଏଲ ସି ଦେବରାଜ ବେହେରା, ରହି ଅଭିଯୋଗ ଶୁଣାଣୀ କରିଥିଲେ । ଏଥିରେ ମୋଟ 5ଗୋଟି ଅଭିଯୋଗ ହୋଇଥିଲା ସେଥିମଧ୍ୟରୁ ଭତା 4 ଗୋଟି ଅନ୍ୟାନ୍ୟ ୧ ଗୋଟି ଅଭିଯୋଗ ହୋଇଥିଲା ।

