ଫୁଲବାଣୀ,୦୯/୦୬,(ସୁନୀଲ ପଟ୍ଟନାୟକ):ଖଜୁରିପଡା ବ୍ଲକ୍ ଅନ୍ତର୍ଗତ ଦୂତିପଡା ପଂଚାୟତ ର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଜନ ଶୁଣାଣୀ ରେ ବିଡ଼ିଓ ଶୁଭ ଦତ୍ତାତ୍ରେୟ ବାହିନୀ ପତୀ, ତହସିଲଦlର ଶୁଭଶ୍ରୀ ରଥ, ବି ଏସ ଏସ ଓ, ଜି ପି ଡି ଓ ଚକ୍ର ଧର ମହାରଣା , ଏମ ଆଇ ସୌମ୍ୟ ରଂଜନ ଭୋଇ , ସ୍ଥାନୀୟ ସରପଞ୍ଚଜାନକୀ ଜlନୀ , ଆର୍ ଆଇ ମାନସ ସାହୁ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ସମସ୍ୟା ସମାଧାନ କରିଥିଲେ l ୨୦ ଟି ଅଭିଯୋଗ ମଧ୍ୟରୁ ପ୍ରାୟ ୯ଟି ବ୍ୟକ୍ତିଗତ ସମସ୍ୟା ଥିବା ବେଳେ ୧୧ଟି ସାମୁହିକ ସମସ୍ୟା ରହିଥିବା ବିଡ଼ିଓ କହିଛନ୍ତି l ବିଶେଷ କରି ଭତ୍ତା, ରାସ୍ତା ସମସ୍ୟା, ଆବାସ ଗୃହ, ରାସନ୍ କାର୍ଡ, ପାନୀୟ ଜଳ ଆଦି ସମସ୍ୟା ଉପରେ ଥିବା ଅଭିଯୋଗ ର ଶୁଣାଣି କରିଥିଲେ l ବିଡ଼ିଓ ବାହୀନିପତି ଓ ତହସିଲଦlର ଶୁଭଶ୍ରୀ ରଥ ଲୋକେ ଯେପରି ନ୍ୟାୟ ପାଇବେ, ସରକାରଙ୍କ ବିଭିନ୍ନ ଉନ୍ନୟନ ଯୋଜନା ର ସୁଫଳ ଗ୍ରାମାଂଚଳ ର ଲୋକେ ପାଇବେ ସେଥି ପ୍ରତି ଯଥେଷ୍ଟ ଗୁରୁତ୍ଵ ଦେଉଥିବା ଜଣାପଡିଛି l ଲୋକେ ମଧ୍ଯ ସେମାନଙ୍କ ସମସ୍ୟା ର ସମାଧାନ ହାତ ପାଆନ୍ତl ରେ ହୋଇଯାଉଥିବା ଫଳରେ ସେମାନେ ବେଶ୍ ଖୁସି ଅନୁଭବ କରିବା ସଂଗେ ବିଡିଓ ଓ ତହସିଲ୍ ଦlର ଙ୍କୁ ଭୂରି ଭୂରି ପ୍ରଶଂସା କରିଥିଲେ l

