ଫୁଲବାଣୀ,୧୦/୦୬,(ସୁନୀଲ ପଟ୍ଟନାୟକ):କଂଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳ ର ବରିଷ୍ଠ କଂଗ୍ରେସ୍ ନେତା ତଥା ଜଣା ଶୁଣା ବ୍ୟବସାୟୀ ସିମlଞ୍ଚଳ ଆଚାର୍ଯ୍ୟ ଙ୍କ ପରଲୋକ ହୋଇଯାଇଛି l ସ୍ବର୍ଗତ ଆଚାର୍ଯ୍ୟ ଜଣେ ମେଳlପୀ, ପରୋ ପକାରୀ, ବନ୍ଧୁବତ୍ସଳ, ତଥା ବିଚକ୍ଷଣ ରାଜନୀତିଜ୍ଞ ଥିଲେ l ତାଙ୍କ ମୃତ୍ୟୁ ରେ ଜି ଉଦୟଗିରି ବିଧାୟକ ପ୍ରଫୁଲ୍ଲ ପ୍ରଧାନ, ଜିଲ୍ଲା କଂଗ୍ରେସ୍ ସଭାପତି ଚଂଦ୍ର ଶେଖର ପରିଡ଼ା, ଟ୍ରେଡ ୟୁନିଅନ୍ ନେତା ଘନ ଶବର, ବିଜେଡ଼ି ନେତା କ୍ଳେଶ ପ୍ରଧାନ,ସମାଜସେବୀ ଟୁନା ଦାସ, ବିଧାୟକ ଚକ୍ର ମଣୀ କହଁର, ବରିଷ୍ଠ ସାମ୍ବାଦିକ ତଥା ପ୍ରେସ କ୍ଲବ ସଭାପତି ସୁନୀଲ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ନାରାୟଣ ସାହୁ, ସୋନ୍ତୋଷ ଦିଗାଲ, କାର୍ଯ୍ୟ କାରୀ ସଭାପତି ହେମନ୍ତ କୁମାର କର, ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ଅମର ଆତ୍ମା ର ସଦ ଗତି କାମନା କରିଛନ୍ତି l ସ୍ବର୍ଗତ ସିମlଞ୍ଚଳ ଆଚାର୍ଯ୍ୟ ଙ୍କ ପୁଅ ମନୋଜ ଆଚାର୍ଯ୍ୟ ମଧ୍ଯ କଂଗ୍ରେସ୍ ର ଜଣେ ଟାଣୁଆ ଯୁବ ନେତା ଓ ବିଶିଷ୍ଟ ବ୍ୟବସାୟୀ ଭାବେ ପରିଚିତ l ମନୋଜ ପୁର୍ବରୁ ବାଲିଗୁଡ଼ା ଏନ ଏ ସି ରେ କଂଗ୍ରେସ ଦଳ ର କାଉନସିଲର ଥିଲେ lସେହିପରି ୨୦୧୯ଲୋକସଭା ନିର୍ବାଚନ ରେ କଂଗ୍ରେସ୍ ଟିକେଟ ରେ କନ୍ଧମାଳ ଲୋକ ସଭା ଆସନ ରେ ପ୍ରତିଦ୍ବନ୍ଦିତା କରି ପରାଜିତ ହୋଇଥିଲେ l ଖବର ଶୁଣି ବାଲିଗୁଡ଼ା ଓ ଆଖପାଖ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ, ରାଜ ନେତା ମାନେ ସ୍ୱର୍ଗତ ଆଚାର୍ଯ୍ୟ ଙ୍କ ବାସ ଭବନ କୁ ଯାଇ ପାର୍ଥିବ ଶରୀର ରେ ପୁଷ୍ପ ମାଲ୍ୟାର୍ପଣ କରିବା ସହ ଶେଷ ଦର୍ଶନ କରିଥିଲେ l

