ଫୁଲବାଣୀ,୧୧/୦୬(ସୁନୀଲ ପଟ୍ଟନାୟକ):କନ୍ଧମାଳ ଜିଲ୍ଲା ବାଲିଗୁଡା ପାଇକ ଖଣ୍ଡାୟତ କୁଳ ସମାଜ ଗଠିତ ହୋଇଛି l ବାଲିଗୁଡା ନୂଆସାହି ର ଅବସର ପ୍ରାପ୍ତ ଶିକ୍ଷକ ତଥା ଶିକ୍ଷାବିତ୍ ମୃତ୍ୟୁଞ୍ଜୟ ପ୍ରଧାନୀ ଙ୍କ ଆବାହନ କ୍ରମେ ବାଲିଗୁଡା ସହର ର ହନୁମାନ ମନ୍ଦିର ପ୍ରାଙ୍ଗଣ ରେ ସମାଜ ର ପଲ୍ଲୀ କମିଟି ଗଠନ ହୋଇ ଯାଇଛି l ପାଇକ ଖଣ୍ଡାୟତ ସମାଜ ର ଜିଲ୍ଳା ସଭାପତି ଲକ୍ଷ୍ମୀ ନାରାୟଣ ଦଣ୍ଡିଆ, ସମ୍ପାଦକ ଶ୍ରୀକାନ୍ତ ଦଳ ବେହେରା , ସଂଯୋଜକ ଜୟରାମ ଦଣ୍ଡିଆ ଉପସ୍ଥିତ ରହି ନିର୍ବାଚନ ଦାୟିତ୍ୱ ତୁଲାଇଥିଲେ l ଜିଲ୍ଳା ସଭାପତି ଶ୍ରୀ ଲକ୍ଷ୍ମୀ ନାରାୟଣ ଦଣ୍ଡିଆ ପାଇକ କୁଳ ସମାଜ ର ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତୀ ରେ ପୁଷ୍ପ ମାଲ୍ୟାର୍ପଣ,ପ୍ରଦୀପ ପ୍ରଜ୍ବଳନ ସହ ବୈଠକ କୁ ଅନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ l ବୈଠକ ରେ ମହାସମ୍ମିଳନି ଆୟୋଜନ ପୂର୍ବକ ଯୁବଶକ୍ତି କୁ ସଂସ୍କାର ଶିକ୍ଷା,ନାରୀ ଶିକ୍ଷା,ପାରିବାରିକ ସର୍ଭେ ସମ୍ବନ୍ଧ ରେ ଆଲୋଚନା ହୋଇଥିଲା। ସର୍ବ ସମ୍ମତିକ୍ରମେ ସଭାପତି ଭାବେ ମାନସ ରଞ୍ଜନ ଅମାୟତ , ସମ୍ପାଦକ ଭାବେ ସୁବ୍ରତ ପ୍ରଧାନୀ, ଉପ ସଭାପତି ଭାବେ ନାରାୟଣ ଦଳପତି, ସହ ସଂପାଦକ ଭାଵେ ଦୁର୍ଗା ପ୍ରଧାନୀ, ସଂଯୋଜକ ଭାବେ ପ୍ରମୋଡ କୁମାର ଦଣ୍ଡସେନା, ଉପଦେଷ୍ଠା ଭାଵେ ମୃତ୍ୟୁଞ୍ଜୟ ପ୍ରଧାନୀ, କୈଳାଶ ପ୍ରଧାନୀ, ପରମେଶ୍ୱର ଡାକୁଆ, ପତ୍ରକାର ଭାଵେ ପବିତ୍ର ପ୍ରଧାନୀ ନିର୍ବାଚିତ ହୋଇଥିଲେ, ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଠା ହିନ୍ଦୁ ପ୍ରଧାନୀ, ସନାତନ ଆମାୟତ, କୋଷାଧକ୍ଷ ସୀମାଞ୍ଚଳ ଗାଉଁଟିଆ, ରାମାରାଓ ଦଣ୍ଡିଆ ଙ୍କ ସମେତ କନ୍ଧମାଳ ଜିଲ୍ଲା ର 24 ଗୋଟି ପଲ୍ଲୀ କମିଟି ର ପଦାଧିକାରୀ ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ, ଶେଷରେ ଉପଦେଷ୍ଠା ଉପଦେଷ୍ଠା ଧନ୍ୟବାଦ ଅର୍ପଣ ପରେ ସଭାପତି ଙ୍କ ଦ୍ବାରା ସଭା ସାଙ୍ଗ ହୋଇଥିଲା l

