ଫୁଲବାଣୀ,୧୨ା୬(ସୁନୀଲ ପଟ୍ଟନାୟକ):ରାଜ୍ୟ ସରକାରଙ୍କର ଦୁଇ ବର୍ଷ ପୂର୍ତି ଅବସରରେ ଭୁବନେଶ୍ୱର ଠାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ ଅବସରରେ କନ୍ଧମାଳ ଜିଲା ସଦର ମହକୁମା ଫୁଲବାଣୀ ଠାରେ ଜିଲା ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ପଂଚାୟତ ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଜିଲା ସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ କନ୍ଧମାଳ ଜିଲାପାଳ ଶ୍ରୀ ବେଦଭୁୂଷଣ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ପ୍ରଶିକ୍ଷଣରତ ଆଇ.ଏ.ଏସ୍ ଯଶକରଣ ସିଂ , ଅତିରିକ୍ତ ଜିଲାପାଳ କୁଶଳ ଚନ୍ଦ୍ର ନାୟକ , ରାଜ୍ୟ ବିଜେପି ସଂପାଦକ ଭଗବାନ ମହାନ୍ତି , ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶମ୍ଭୁନାଥ ନନ୍ଦୀ ଓ ଜିଲା ଯୋଗାଣ ଅଧିକାରୀ ସୁଗୁଦା ମୁର୍ମୁା ପ୍ରମୁଖ ଯୋଗଦେଇଥିଲେ । ମୁଖ୍ୟ ଅତିଥି ଓ ଅନ୍ୟ ସମସ୍ତ ଅତିଥିମାନେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ଅତିଥିମାନଙ୍କୁ ଫୁଲତୋଡ଼ା ଏବଂ ଉଚ୍ଛରୀୟ ଦେଇ ସ୍ୱାଗତ କରାଯାଇଥିଲା । ଏହି ଅବସରରେ ରାଜ୍ୟ ସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମର ସିଧା ପ୍ରଶାରଣକୁ ସମସ୍ତେ ଦେଖିବା ସହିତ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀ ମାନଙ୍କର ଉଦ୍ବୋଧନକୁ ଉପସ୍ଥିତ ଶହ ଶହ ହିତାଧିକାରୀ ଶୁଣିଥିଲେ । ରାଜ୍ୟ ସ୍ତରରେ କାର୍ଯ୍ୟକ୍ରମ ଶୁଭାରମ୍ଭ ପରେ ଆୟୋଜିତ ଜିଲା ସ୍ତୀରୀୟ କାର୍ଯ୍ୟକ୍ରମରେ ଜିଲା ଯୋଗାଣ ଅଧିକାରୀ ସମ୍ୟମ ସୂଚନା ପ୍ରଦାନ କରିିିିିିିିିିିିିିିିିିିଥିବା ବେଳେ ଏହି ଯୋଜନରେ ପୂର୍ବରୁ ଯେଉଁ ହିତାଧିକାରୀ ମ ।ନେ ୫ କେଜି ଚାଉଲ ପାଉଥିଲେ ବର୍ତମାନ ସେମାନେ ମୁଖ୍ୟମନ୍ତ୍ରୀ ଅନ୍ନୂପୂର୍ଣ୍ଣା ଯୋଜନାରେ ଆଉ ୫ କେଜି ଚାଉଲ ମିଶାଇ ମାସକୁ ୧୦ କେଜି ଲେଖାଏଁ ଚାଉଲ ପାଇବେ ବୋଲି ପ୍ରକାଶ କରିଥିଲେ । କନ୍ଧମାଳ ଜିଲାର ୧ ଲକ୍ଷ ୮୬ ହଜାର ୫୦୮ ଜଣ ହିତାଧିକାରୀ ଏହି ଯୋଜନାରେ ସାମିଲ୍ ହୋଇଥିବା ବେଳେ ବାଲିଗୁଡ଼ା ବ୍ଳକରେ ୧୮,୨୨୫ ଜଣ , ଚକାପାଦ ବ୍ଳକରେ ୧୩,୮୪୦ ଜଣ ,ଦାରିଙ୍ଗବାଡ଼ି ବ୍ଳକରେ ୨୯,୬୩୨ ଜଣ , ଜି.ଉଦୟଗିରି ବ୍ଳକରେ ୭୮୪୬ ଜଣ , ଜି,ଉଦୟଗିରି ଏନ୍.ଏ.ସିରେ ୧୬୯୯ ଜଣ , କେ,ନୂଆଗାଁ ବ୍ଳକରେ ୧୩,୬୫୪ ଜଣ , ଖଜୁରିପଡ଼ା ବ୍ଳକରେ ୧୩,୪୫୨ ଜଣ , କୋଟଗଡ଼ ବ୍ଳକରେ ୧୪,୮୩୯ଜଣ , ଫିରିଙ୍ଗିଆ ବ୍ଳକରେ ୨୦ , ୬୩୬ ଜଣ , ଫୁଲବାଣୀ ବ୍ଳକର ୯୮୮୧ ଜଣ ଓ ଫୁଲବାଣୀ ପୌର ପରିଷଦରେ ୪୩୮୧ ଜଣ , ରାଇକିଆ ବ୍ଳକରେ ୧୩,୯୨୦ଜଣ , ଟିକାବାଲି ବ୍ଳକରେ ୧୧,୪୮୪ ଜଣ ଏବଂ ତୁମୁଡ଼ିବନ୍ଧ ବ୍ଳକରେ ୧୩.୦୧୯ଜଣ ହିତାଧିକାରୀ ଏଥିରେ ସାମିଲ୍ ହୋଇଥିବାର ଦର୍ଶାଯାଇଛି । ଆଜି ପ୍ରାରମ୍ଭରେ ପୌର ପରିଷଦର ଏକାଧିକ ହିତାଧିକାରୀଙ୍କୁ ଅତିଥିମାନେ କାର୍ଡ଼ ବଂଟନ କରିଥିଲେ । ଏହି ଅବସରରେ ମଧ୍ୟ ଅଙ୍ଗନୱାର୍ଡ଼ିୀ କର୍ମୀ ମାନଙ୍କୁ ଅତିଥିମାନେ ସ୍ୱାର୍ଟ ଫୋନ୍ ପ୍ରଦାନ କରିଥିଲେ । ଅତିରିକ୍ତ ଯୋଗାଣ ଅଧିକାରୀ ପି.ଭାଗର୍ବିୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନାରେ ଏ.ଏସ୍.ସି.ଓ ମାୟାଧର ସାହୁ , ଥାଣ୍ଡୁରାମ ନାୟକ , ମନୋ ରଂଜନ ମହାପାତ୍ର ଏବଂ ସୁନିତ୍ ଦଳବେହେରାଙ୍କ ସମେତ ଯୋଗାଣ ବିଭାଗର ସମସ୍ତ କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ ।

