ଫୁଲବାଣୀ,୧୩/୦୬(ସୁନୀଲ ପଟ୍ଟନାୟକ):ଫୁଲବାଣୀ ସହରରେ ଦିନକୁ ଦିନ ଅସାମାଜିକ କାର୍ଯ୍ୟ କଳାପ ସାଙ୍ଗକୁ ମଦ୍ୟପ ଯୁବକ ମାନଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଅଭିଯୋଗ ହେବା ପରେ ନୂତନ ଭାବେ ଯୋଗ ଦେଇଥିବା କନ୍ଧମାଳ ଏସପି ରମେନ୍ଦ୍ର ପ୍ରସାଦଅନ୍ୟ ଅଧସ୍ତନ ପୋଲିସ ଅଫିସର ଙ୍କୁ ସାଥିରେ ନେଇ ଶୁକ୍ରବାର ରାତିରେ ସହର ର ବିଭିନ୍ନ ସାହି ବସ୍ତି ଅଞ୍ଚଳକୁ ବାଇକ ଯୋଗେ ଅଚାନକ ଗସ୍ତ କରି ପାଖାପାଖି ୨୦ଜଣ ନିଶlଡ଼ି ଙ୍କୁ ଗିରଫ କରିଛନ୍ତି l ସେମାନେ ଅନ୍ଧାର ର ସୁଯୋଗ ନେଇ ମଦ ପିଉଥିଲେ l କନ୍ଧମାଳ ଏସପି ରାମେନ୍ଦ୍ର ପ୍ରସାଦ ଙ୍କ ଏଭଳି କାର୍ଯ୍ୟ କୁ ସଧାରଣ ରେ ପ୍ରଶଂସା କରିଛନ୍ତି l ଏସପି ରମେ ନ୍ଦ୍ର ପ୍ରସାଦ, ଙ୍କ ସହ ଏସ ଡି ପି ଓ ଶୁଭ୍ର ଜିତ ବିଶ୍ଵlଳ, ଟାଉନ ଥାନା ଏସ ଆଇ, ଓ ଅନ୍ୟମାନେ ହାଇସ୍କୁଲ ପଡିଆ, କେନ୍ଦୁ ପଦର, କେନ୍ଦ୍ରୀୟ ବିଦ୍ୟାଳୟ, ବଜାର, ବସ ଷ୍ଟାଣ୍ଡ, ଆଦି ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ l ସହର ର ବିଭିନ୍ନ ପାନ ଦୋକାନ, ଫାଷ୍ଟ ଫୁଡ୍ ଦୋକାନ, ଚା ଦୋକାନ ରେ ଦେଶୀ ଓ ବିଦେଶୀ ମଦ ଖୋଲାଖୋଲି ଭାବେ ବିକ୍ରି ହେଉଥିବା ଯୋଗୁଁ ମଦ ପିଇ ଅସାମାଜିକ କାର୍ଯ୍ୟ କଳlପ ରେ ସାମିଲ ଥିବା ଅଭିଯୋଗ ହେଉଛି l ବସ ଷ୍ଟାଣ୍ଡ ରୁ ଖଳିଆବନ୍ଧ ରାସ୍ତା,ପିଅନ ପଡା, ଆର୍ଟିଓ ରୋଡ, ନୂଆସାହି ଅଞ୍ଚଳ ରେ ଦେଶୀ ଓ ବିଦେଶୀ ମଦ ଖୋଲାଖୋଲି ଭାବେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି l ନିୟମିତ ଭାବେ ଏଭଳି ଚଢାଉ ଜାରୀ ରହିବ ବୋଲି ଏସପି କହିଛନ୍ତି l ଏସପି ତଦାରଖ କଲେ ଫୁଲବାଣୀ ସହର ରେ ଟ୍ରାଫିକ ସମସ୍ୟା ସହ ବେଆଇନ୍ ମଦ କାରବାର ଅସାମାଜିକ କାର୍ଯ୍ୟ କଳlପ ବନ୍ଦ ହେବ ବୋଲି ମତ ପ୍ରକାଶ ପାଉଛି l

