ଫୁଲବାଣୀ,୧୬/୦୬(ସୁନୀଲ ପଟନାୟକ):କନ୍ଧମାଳ ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୁଲ୍ୟରେ ଫୁଲବାଣୀ ସାର୍ତ୍ତ।ଗୁଡା ବୃଦ୍ଧାଶ୍ରମ ଠାରେ ବିଶ୍ୱ ବୟସ୍କ ନିର୍ଯାତନା ସଚେତନତା ଦିବସ ପାଳନ ଅବସରରେ ଏକ ସଚେତନତା ଶିବିର ର ଆୟୋଜନ କରାଯାଇଥିଲା । ଉକ୍ତ ସଚେତନତା ଶିବିରରେ ରେଜିଷ୍ଟ୍ରାର, ସିଭିଲ କୋର୍ଟ, ଫୁଲବାଣୀ ପ୍ରିୟ ରଞ୍ଜନ ଓଝା, ଚିଫ ଲିଗାଲ ଏଡ ଡିଫେନ୍ସ କାଉନ୍ସେଲ ଦେବବ୍ରତ ପ୍ରଧାନ, ଡେପୁଟି ଚିଫ ଲିଗାଲ ଏଡ ଡିଫେନ୍ସ କାଉନ୍ସେଲ ନିରୋଦ କୁମାର ପାତ୍ର, ଜିଲ୍ଲା ଆଇନ ସେବା ସମୁଖ କାର୍ଯ୍ୟାଳୟ ର ରିଟେନର ପୀତାମ୍ବର ସାହୁ, ଡି.ଏସ.ପି ବିପିନ ବିହାରୀ ମେହେର, ଫୁଲବାଣୀ ସବ ଡିଭିଜନାଲ ସମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ନିବେଦିତା ଜାନି, ପାରା ଲିଗାଲ ସ୍ଵେଚ୍ଛାସେବି ଏବଂ ବୃଦ୍ଧାଶ୍ରମର ଅନ୍ତେବାସୀମାନେ ଯୋଗଦେଇଥିଲେ । ଏହି ସଚେତନତା ଶିବିରରେ ବୃଦ୍ଧବୃଦ୍ଧାଙ୍କ ପ୍ରତି ହେଉଥିବା ନିର୍ଯାତନା, ଅବହେଳା ଓ ଅନ୍ୟାୟ ରୋକିବା ପାଇଁ ସମାଜରେ ସଚେତନତା ସୃଷ୍ଟିର ଆବଶ୍ୟକତା ଉପରେ ଆଲୋକପାତ କରାଯାଇଥିଲା । ସେହିପରି ନାଲସା ଜାଗୃତି ଯୋଜନା–୨୦୨୫ ଅନ୍ତର୍ଗତ “ବରିଷ୍ଠ ନାଗରିକଙ୍କ ଅଧିକାର, ସଶକ୍ତିକରଣ ଓ ମର୍ଯ୍ୟାଦା” ସମ୍ପର୍କରେ ବୃଦ୍ଧାଶ୍ରମର ଅନ୍ତେବାସୀମାନଙ୍କୁ ସଚେତନ କରାଯାଇଥିଲା।

