ଖଜୁରୀପଡ଼ା,୧୭/୦୬(ମନୋଜ କୁମାର ବେହେରା):କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଗୁଦାରୀ ପଞ୍ଚାୟତ ସଭାଗୃହ ଠାରେ ମଙ୍ଗଳବାର ଦିନ ପଞ୍ଚାୟତ ସ୍ତରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଜନ ଶୁଣାଣୀ କାର୍ଯ୍ୟକ୍ରମରେ ଖଜୁରୀପଡ଼ା ବିଡ଼ିଓ ଶ୍ରୀ ଶୁଭ ଦତ୍ତାତ୍ରେୟ ବାହିନୀପତି ଯୋଗଦେଇ ଅଭିଯୋଗ ପତ୍ର ଗ୍ରହଣ କରିଥିବା ବେଳେ ସରପଞ୍ଚ ଶ୍ରୀ ସୁଜିତ୍ କୁମାର ମଲ୍ଲିକ, ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ମନୋଜ କୁମାର ସାହୁ, ବ୍ଲକ ମଙ୍ଗଳ ଅଧିକାରୀ ରାଜେଶ ମୁର୍ମୁ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଲୋକନାଥ ପଟ୍ଟନାୟକ,ଏଡିଓ, ସମେତ ବିଭିନ୍ନ ବିଭାଗ ଅଧିକାରୀ ଯୋଗ ଦେଇଥିଲେ । ସର୍ବମୋଟ ୪୯ ଟି ଅଭିଯୋଗ ଗ୍ରହଣ କରାଯାଇଥିବା ବେଳେ ସେଥିମଧ୍ୟରୁ ବ୍ୟକ୍ତିଗତ ୧୫ ଟି ହୋଇ ଥିବା ବେଳେ ସାମୁହିକ ୩୪ ଗୋଟି ଥିଲା । ଅଭିଯୋଗ ଗ୍ରହଣ କରିବା ପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଶୁଭ ଦତ୍ତାତ୍ରେୟ ବାହିନୀପତି ସମସ୍ୟା ଗୁଡିକର କିପରି ତୁରନ୍ତ ସମାଧାନ ହେବ ସେଥିପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

