ଚିକିଟି,୧୭/୬(ନିଗମାନନ୍ଦ ପଣ୍ଡା): ଗତ କାଲି ସନ୍ଧ୍ୟା ପ୍ରାୟ ୬. ୩୦ ମିନିଟ ସମୟରେ, ଅନୁଗୁଳ ଯିବା ପାଇଁ ଧlନଘରା ଛକ ରେ ବସ୍ କୁ ଅପେକ୍ଷା କରିଥିବା ଅଭିଯୋଗକାରୀ ବିଜୟ କୁମାର ବିଶୋୟୀଙ୍କୁ ଅଭିଯୁକ୍ତ ନିଗମ ଗୌଡ଼ (୩୯),ଶଙ୍କର ଗୌଡ଼ (୨୬), ସଂଗ୍ରାମ ପାଣିଗ୍ରାହୀ (୨୭), ଅମର ନାଥ ସାହୁ (୨୭) ମୁଷ୍ଟି ଓ ଲାତ ମାଡ଼ ମାରି ଖୋସବାଡ଼ି ରାସ୍ତା ପାଖ ଶ୍ମଶାନ ନିକଟକୁ ଅପହରଣ କରି ହତ୍ୟା କରିବାର ଉଦ୍ଦେଶ୍ୟ ରଖିଥିଲେ। କିନ୍ତୁ କୌଶଳ କ୍ରମେ ଅଭିଯୋଗକାରୀ ବିଜୟ କୁମାର ବିଷୋୟୀ ଅଭିଯୁକ୍ତ ଙ୍କ କବଳରୁ ଖସି ପଳାଇଥିଲେ। ଏ ସମ୍ପର୍କ ରେ ବିଜୟ କେ. ନୂଆଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ କୁ ଭିତ୍ତି କରି ପୁଲିସ ୧୩୨/୨୬ ପ୍ରକାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି ଆଜି ପାତ୍ରପୁର କୋର୍ଟକୁ ଚାଲାଣ କରିଛି l ଅଭିଯୁକ୍ତ ମାନଙ୍କ ଠାରୁ ଏକ ଛୁରୀ, ଦୁଇଟି ହିରୋ ଏଚ ଏଫ ଡିଲକ୍ସ ମୋଟରସାଇକେଲ୍ ଏବଂ ଚାରିଟି ମୋବାଇଲ୍ ଫୋନ୍ ପୁଲିସ ଜବତ କରିଛି l

