ଭଞ୍ଜନଗର,୧୭/୦୬(ନିଲୁ ବିଷୋୟୀ):ଭଞ୍ଜନଗର ବ୍ଳକ ପରିସରରେ ସରକାରଙ୍କ ୨ ବର୍ଷ ପୂର୍ତ୍ତି ପାଳନ ଅବସରରେ ‘ବିକାଶ ଧାରା ଓଡିଶା ସାରା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବିଭିନ୍ନ କ୍ଷେତ୍ରକୁ ନେଇ ଆସନ୍ତା ଏକ ସପ୍ତାହ ଧରି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜଣାପଡିଛି। ଆଜି ପ୍ରଥମ ଦିନରେ ଜାତି ଜନଜାତି ସମ୍ବାଦ ବୈଠକ ଅନୁଷ୍ଠିତ ହୋଇଛି। ଏହି ଦୁଇ ବର୍ଷ ମଧ୍ୟରେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ନିଆଯାଇଥିବା ପଦକ୍ଷେପ ସଂର୍ପକରେ ଆଲୋଚନା ହୋଇଥିଲା। ବିଶେଷ କରି ଜାତି ଜନଜାତି ସଂପ୍ରଦାୟର ଲୋକଙ୍କ ପାଇଁ ସରକାର କରିଥିବା ଯୋଜନା ଗୁଡିକର କିଭଳି ସେମାନେ ସୁଫଳ ପାଇବେ ସେଦିଗରେ ସଚେତନ କରାଯାଇଥିଲା। ଏଥିସହ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ ଚୟନ ହୋଇଥିବା ମୁଦୁଲିପଲ୍ଲୀ,ତୁରୁମୁ,ବିଞ୍ଜଗିରି ଭଳି ଗ୍ରାମ ଗୁଡିକରେ ରାସ୍ତା,ଆଲୋକ,ପାନୀୟ ଜଳ ଭଳି ମୌଳିକ ସୁବିଧାକୁ କିଭଳି ଲୋକଙ୍କ ପାଖରେ ପହଞ୍ଚା ଯାଇଛି ସେ ସଂର୍ପକରେ ଅତିଥି ମାନେ ପ୍ରକାଶ କରିଥିଲେ। ଏଥିସହ ସ୍ବତନ୍ତ୍ର ଭାବେ କାନବିନ୍ଧା ଓ ରାଇପଲ୍ଲୀକୁ ଗୁରୁତ୍ବ ଦିଆଯାଉଥିବା ବିଡିଓ ଭାରତୀ ଦେବୀ ପ୍ରକାଶ କରିଥିଲେ। ଏଥିରେ ଏବିଡିଓ ପୂର୍ଣ୍ଣଚନ୍ଦ୍ର ପାଢୀ, ଯୋଗାଣ ଅଧିକାରୀ ବନଜା ଶୁଭଶ୍ରୀ ଜେନା,ଏବିଇଓ ଗଜେନ୍ଦ୍ର ସେଠୀ ପ୍ରମୁଖ ମଞ୍ଚାସୀନ ରହିଥିବା ବେଳେ ମଙ୍ଗଳ ସଂପ୍ରସାରଣ ଅଧିକାରୀ ସ୍ବାଗତିକା ଦାସ ସଂଯୋଜନା କରିଥିଲେ। ଏଥିରେ ବ୍ଳକର ବିଭିନ୍ନ ପଞ୍ଚାୟତରୁ ପ୍ରାୟ ୧୪୦ ଜଣ ଯୋଗଦେଇଥିଲେ।

