ବେଗୁନିଆପଡା,୧୮/୦୬(ବାପୁନି ମାଲୁ):ଗଞ୍ଜାମ ବେଗୁନିଆପଡ଼ା ନିକଟସ୍ଥ ମଠ ବରିଡା ଠାରେ ଏହି କ୍ଲିନିକ୍ ର ଶୁଭାରମ୍ଭ ହୋଇଛି। ଡିଭାଇନ୍ କ୍ଲିନିକ୍ ନାମରେ ଖୋଲିଥିବା ଏହି କ୍ଲିନିକ୍ ରେ ଭାତୁଡି, ମାଛ ଆଖିଆ ରୋଗର ସଫଳତାର ସହ ଚିକିତ୍ସା କରାଯିବ ବୋଲି କହିଛନ୍ତି ଆସ୍ତେଟିକ୍ ଏକ୍ସପର୍ଟ ଡାକ୍ତର ଜି ପ୍ରଶାନ୍ତ କୁମାର ପାତ୍ର। ଲେଜର୍ ପଦ୍ଧତିରେ ଏହି ଚିକିତ୍ସା କରାଯାଉଛି। ଏଣୁ ଏ ସମ୍ବନ୍ଧୀୟ ରୋଗୀ ଚିକିତ୍ସା ପାଇଁ ଆସିବାକୁ ନିବେଦନ କରିଛନ୍ତି ଡାକ୍ତର ଜି ପ୍ରଶାନ୍ତ। ଦୀର୍ଘ ବର୍ଷ ଧରି ରାଜଧାନୀରେ ଏହି ରୋଗର ସଫଳତାର ସହ ଚିକିତ୍ସା କରୁଥିବା ଡାକ୍ତର ଶ୍ରୀ ପାତ୍ର ଏବେ ବେଗୁନିଆପଡ଼ା ଅଞ୍ଚଳର ମଠ ବରିଡା ଠାରେ ଖୋଲିଛନ୍ତି ଚିକିତ୍ସାଳୟ।

