ଫୁଲବାଣୀ:ଜନବାଣୀ, ୧୮/୦୬(ସୁନୀଲ ପଟ୍ଟନାୟକ):ଆଗକୁ ବର୍ଷା ଆସୁଛି l ଫଳରେ ଗ୍ରାମାଂଚଳ ଲୋକଂକ ଗମନl ଗମନର ସୁବ୍ୟବସ୍ଥା ପାଇଁ ଫୁଲବାଣୀ ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ରାସ୍ତା ଗୁଡ଼ିକ ର ମରାମତି କାର୍ଯ୍ୟ ଚାଲିଛି l ଲୋକଂକ ଗମନl ଗମନ ପାଇଁ ବିଭାଗ ସର୍ବଦା ଦୃଷ୍ଟି ଦେଇ ଆସୁଛି l ଫୁଲ ବାଣୀ ଗ୍ରାମ୍ୟ ନିର୍ମାଣ ଡ଼ିଭିଜନ ଅନ୍ତର୍ଗତ ଫିରିଙ୍ଗିଆ ବ୍ଳକ ର କେଲା ପଡା – ବାଲକିଦାଡି ରାସ୍ତା ନିର୍ମାଣ ର ପ୍ରାୟ ୪ବର୍ଷ ହୋଇଯାଇଥିବା ରୁ ଠାଏ ଠା ଏ ଜାଗାରେ ପିଚୁ ଉଠି ଯାଇଥିବାରୁ ଗମନା ଗମନ ରେ ହୁଏତ ଅସୁବିଧା ସୃଷ୍ଟି ହେବା ଆଶଙ୍କାରେ ରେ ତୁରନ୍ତ ମରାମତି କରିବା ପାଇଁ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ଇଁ କାର୍ତ୍ତିକ ସାହୂ ଓ ସହକାରୀ ଯନ୍ତ୍ରୀ ଇଁ ସୁଶୀଲ କୁମାର ମହାନ୍ତି ଙ୍କ ପରାମର୍ଶ କ୍ରମେ କାର୍ଯ୍ୟ କରିଥିବା ଠିକାଦାର ମରାମତି କରୁଥିବା ଦେଖାଯାଉଛି l ମରାମତି କାମ ଯେପରି ସଠିକ ଢଙ୍ଗ ରେ ହେବ ସେଥିପ୍ରତି ସହକାରୀ ଯନ୍ତ୍ରୀ ଇଁ ମହାନ୍ତି ଓ କନିଷ୍ଠ ଯନ୍ତ୍ରୀ ସତର୍କ ଦୃଷ୍ଟି ରଖିଥିବା ଜଣା ପଡ଼ିଛି l ସରକାରୀ ନିୟମ ପ୍ରକାରେ ରାସ୍ତା ନିର୍ମାଣ କlରୀ ସଂସ୍ଥା ରାସ୍ତା ନିର୍ମାଣ ପରେ ଆଗlମୀ ୫ବର୍ଷ ଯାଏଁ ରକ୍ଷଣା ବେକ୍ଷଣ କରିବ l ଏଥିପାଇଁ ସିକ୍ୟୁରିଟି ଅର୍ଥ କିଛି ରଖାଯାଇଥାଏ l ଆଉ ଠିକାଦାର ୫ବର୍ଷ ଯାଏଁ ଦାୟିତ୍ବ ନେଇ ଥାନ୍ତି l ସେହିପରି ଖଜୁରିପଡା ବ୍ଲକ୍ ଅନ୍ତର୍ଗତ ସୁଦୃକୁମ୍ପା – ଜାଣ ମେଣି ରାସ୍ତା ମରାମତି ହେବାରୁ ଲୋକେ ବେଶ ଆରାମ ରେ ଯିବା ଆସିବା କରୁଥିବା କହିଛନ୍ତି l ରାସ୍ତା କାର୍ଯ୍ୟ ଯେପରି ଉନ୍ନତ ମାନର ହେବ ଓ ଦିର୍ଘ୍ ସ୍ଥାୟୀ ହେବ ସେଥିପ୍ରତି ବିଭାଗୀୟଅଧିକ୍ଷଣ ଯନ୍ତ୍ରୀ ଇଁ କାର୍ତ୍ତିକ ସାହୂ ଓ ଏସ ଡିଓ ସୁଶୀଲ କୁମାର ମହାନ୍ତି ସତର୍କ ଦୃଷ୍ଟି ରଖିଥିବା କୁହାଯାଇଛି l ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ଇଁ କାର୍ତ୍ତିକ ସାହୂ ଓ ଏସଡି ଓ ଇ .ସୁଶିଲ କୁମାର ମହାନ୍ତି ଙ୍କ ନିଷ୍ଠାପର ଉଦ୍ୟମ,ଆନ୍ତରିକତା, ଆଗ୍ରହ, ଦକ୍ଷତା, ଓ ସଚ୍ଚୋଟତା ଯୋଗୁଁ ଡ଼ିଭିଜନ ପକ୍ଷରୁ ଅନେକ ଗୁଡ଼ିଏ ଗ୍ରାମକୁ ନୂତନ ରାସ୍ତା ନିର୍ମାଣ କରାଯାଇଛି l ଫଳରେ ଗମନା ଗମନ ରେ ଢେର୍ ସୁଧାର ଆସିଛି କହିଲେ ଅତ୍ୟୁକ୍ତି ହେବ ନାହିଁ l ଆଗକୁ ଅନେକ ରାସ୍ତା ନିର୍ମାଣ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି l

