ବୁଗୁଡ଼ା:ଜନବାଣୀ,୧୮/୦୬(ପୂର୍ଣ୍ଣ ଚନ୍ଦ୍ର ବାରିକ):ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଳକ ଠାରେ ବ୍ଲକସ୍ତରୀୟ କୃଷକ ସମ୍ବାଦ ଓ କର୍ମଶାଳା ରେ ଉଦ୍ୟାନ କୃଷି ବିଭାଗ ପକ୍ଷରୁ “ଭଲ ଖାଇବା ଓ ଭଲ ଖୁଆଇବା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମରେ କୃଷକମାନଙ୍କୁ ପ୍ରାକୃତିକ ଚାଷ ପଦ୍ଧତି, ଜୈବିକ ସାର ବ୍ୟବହାର, ବିଷମୁକ୍ତ ପନିପରିବା ଓ ଫଳ ଉତ୍ପାଦନ ସମ୍ପର୍କରେ ସଚେତନ କରାଯାଇଥିଲା। ସେହିପରି ପରିବାରର ପୌଷ୍ଟିକ ସୁରକ୍ଷା ପାଇଁ ଘରୋଇ ପୌଷ୍ଟିକ ବଗିଚା ସ୍ଥାପନ ଓ ଦୈନନ୍ଦିନ ଖାଦ୍ୟରେ ବିଭିନ୍ନ ପ୍ରକାର ପନିପରିବା ଏବଂ ଫଳ ସାମିଲ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।ଉଦ୍ୟାନ କୃଷି ବିଭାଗର ଅଧିକାରୀମାନେ କହିଥିଲେ ଯେ, କେବଳ ଅଧିକ ଉତ୍ପାଦନ ନୁହେଁ ବରଂ ପୌଷ୍ଟିକ ଖାଦ୍ୟ ଉତ୍ପାଦନ ଓ ଗ୍ରହଣ ମାଧ୍ୟମରେ ସୁସ୍ଥ ସମାଜ ଗଠନ ସମ୍ଭବ। “ଭଲ ଖାଇବା ଓ ଭଲ ଖୁଆଇବା” ଅଭିଯାନର ମୂଳ ଉଦ୍ଦେଶ୍ୟ ହେଉଛି କୃଷକ ଓ ସାଧାରଣ ଜନତାଙ୍କ ମଧ୍ୟରେ ପୌଷ୍ଟିକ ଖାଦ୍ୟ ସମ୍ପର୍କରେ ସଚେତନତା ବୃଦ୍ଧି କରିବା।ଏଥିରେ କରସିଙ୍ଗି ପଞ୍ଚାୟତର କିଛି ଆଦିବାସୀ ଚାଷୀ ଜୈବିକ ପଦ୍ଧତିରେ ଅମଳ ହୋଇଥିବା ନିଜର ଦେଶୀ ଖାଦ୍ୟପଦାର୍ଥ କୁ ପଦର୍ଶିତ କରି ପ୍ରଶଂସିତ ହୋଇଥିଲେ !

