ଫୁଲବାଣୀ: ୨୩/୦୩(ସୁନୀଲ ପଟନାୟକ) କେନ୍ଦ୍ର ଓ ରାଜ୍ୟ ସରକାର ଆସନ୍ତା ମାର୍ଚ୍ଚ ୩୧ସୁଦ୍ଧା କନ୍ଧମାଳ ଜିଲ୍ଲା କୁ ମାଓ ମୁକ୍ତ ଜିଲ୍ଲା ଭାବେ ଘୋଷଣା କରିବା ପାଇଁ ଟାର୍ଗେଟ ରଖିଛନ୍ତି ଓ ପୋଲିସ୍, ସୁରକ୍ଷା କର୍ମୀ ମାନେ ମଧ୍ଯ ନିୟମିତ ଜଙ୍ଗଲ କୁ ଯାଇ କମ୍ବିଂ ଅପରେସନ କୁ ଜୋରଦାର କରିଛନ୍ତି l କମ୍ୱିଂ ସମୟ ରେ ବହୁ ଟପ୍ ମାଓ ନେତା ଗଣେଶ ଙ୍କ ସମେତ କ୍ୟାଡର ମାଓବାଦୀ ନିହତ ହେବା ସହ ବହୁ ମାଓ ସାମଗ୍ରୀ ଜବତ କରିବା ସହ ଅନେକ କ୍ୟାମ୍ପ ଧ୍ଵଂସ କରିଛନ୍ତି l ଭୟରେ ହେଉ କିମ୍ବା ସରକାରଂକ ଆତ୍ମସମର୍ପଣ ପ୍ୟାକେଜ ନେଇ ପୋଲିସ୍ କତୃପକ୍ଷ ଙ୍କ ର ଆହ୍ବାନ ରେ ହେଉ ଗତ ବର୍ଷ କ ମଧ୍ୟରେ ଅନେକ କ୍ୟାଡ଼ର ମାଓବାଦୀ, ମାଓ ସଦସ୍ୟ ସଦସ୍ୟା ଆତ୍ମସମର୍ପଣ ମଧ୍ଯ କରିଛନ୍ତି l ତେବେ ମାଓ ନେତା ଶୁକୃ, ଙ୍କ ସମେତ କିଛି ମାଓ ବାଦି କନ୍ଧମାଳ ଜିଲ୍ଲାରେ ଚଳ ପ୍ରଚଳ କରୁଛନ୍ତି l ଗତ କାଲି ମାଓ ନେତା ଶୂକ୍ରୁ ଥିବା କୌଣସି ସୂତ୍ରରୁ ଖବର ପାଇ ପୋଲିସ ଓ ସୁରକ୍ଷା କର୍ମୀ ବ୍ରାହ୍ମଣୀ ଗାଁ ଥାନା କlଟିଙ୍ଗା ପଣସ ପଦର ଜଙ୍ଗଲ ରେ କମ୍ବିଂ ଅପରେସନ ବେଳେ ସୁରକ୍ଷା ବାହିନୀ ଏକ ବନ୍ଧୁକ କାରଖାନା ଜବତ କରିବା ସହ ବହୁ ବନ୍ଧୁକ ଓକିଛି ଲ୍ୟାଣ୍ଡ ମାଇନ୍,ମାଓ ସାମଗ୍ରୀ ଜବତ କରିଥିଲା l ତେବେ ସକ୍ରୁ କୁ ପାଇନଥିଲେ ସୁରକ୍ଷା କର୍ମୀ l ମାଓ ନେତା ସୂକୃ ଏବେ କନ୍ଧମାଳ ଛାଡି କଳାହାଣ୍ଡି, ମାଲକାନଗିରି, ରାୟଗଡ଼ା ଜିଲ୍ଲାର ଜଙ୍ଗଲ ରେ ଥିବା କୁହାଯାଉଛି l ଏ ସବୁ ଜିଲ୍ଲାରେ ପୋଲିସ ଜୋରଦାର କମ୍ବିଂ ଅପରେସନ ଜାରି ରଖିଛି l ଆସନ୍ତା ମାର୍ଚ୍ଚ ୩୧ସୁଦ୍ଧା ଜିଲ୍ଲାକୁ ମାଓ ମୁକ୍ତ ଜିଲ୍ଲା ଭାବେ ଘୋଷଣା କରିବାକୁ ପଣ କରିଛି ପୋଲିସ ପ୍ରଶାସନ l କନ୍ଧ ମାଳ ଜିଲ୍ଲା ଏସପି ହରିଶ ବିଶି ଙ୍କ ନିଷ୍ଠାପର ଉଦ୍ୟମ ଆନ୍ତରିକତା ଓ କାର୍ଯ୍ୟ ଦକ୍ଷତା ଯୋଗୁଁ ଜିଲ୍ଲାର ବିଭିନ୍ନ ସ୍ଥାନରେ କମ୍ବିଁ ଅପରେସନକୁ ଜୋରଦାର କରିବା ସହ ମାଓବାଦୀ ଙ୍କ ଗତିବିଧି ଉପରେ ସତର୍କ ଦୃଷ୍ଟି ରଖିଛି ପୋଲିସ୍ l ହାତରେ ସମୟ କମ ଥିଲେ ମଧ୍ୟ ଲକ୍ଷ୍ୟ ହାସଲ ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି l ଆସନ୍ତା ମାର୍ଚ୍ଚ ମାସ ୩୧ ରେ କନ୍ଧମାଳ ଜିଲ୍ଲା ମାଓ ମୁକ୍ତ ଜିଲ୍ଲା ଭାବେ ଘୋଷଣା କରିପାରିବ କି ନାହିଁ ପୋଲିସ ଜଣା ପଡିବ l

