ଗଜପତି,ଜନବାଣୀ୧୯/୦୬(ଟିକି ଲିମା):ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ମହେନ୍ଦ୍ରଗିରି ଠାରେ ସାମୁହିକ ସ୍ୱଚ୍ଛତା ଅଭିଯାନ ପରେ କାର୍ଯ୍ୟକ୍ରମ ହୋଇଯାଇଛି, ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ପାରଳା ବିଧାୟକ ରୂପେସ ପାଣିଗ୍ରାହୀ ଯୋଗଦେଇ, ସାମୁହିକ ଭାବେ ପତାକା ଦେଖାଇ ଶୁଭ ଆରମ୍ଭ କରିଥିଲେ ।ପ୍ରଥମେ ବୁରୁଖତ ଛକ ଠାରୁ ସ୍ୱଚ୍ଛତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ପରେ ମହେନ୍ଦ୍ରଗିରି ପାହାଡ ଶିଖର ରେ ସଫେଇ କାର୍ଯ୍ୟକ୍ରମ ହୋଇଥିଲା, ଏଇ ସ୍ୱଚ୍ଛତା କାର୍ଯ୍ୟକ୍ରମ ରେ ବିଧାୟକ ସମେତ ଜିଲ୍ଲାପାଳ ସୁନିଲ ଅଗ୍ରୱାଲ, ବନବିଭାଗ ଅଧିକାରୀ କେ ନାଗରାଜୁ ସମେତ ସମସ୍ତ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ।

