ପୋଲସରା:ଜନବାଣୀ,୧୯/୦୬:ପୋଲସରା ନିର୍ବାଚନ ମଣ୍ଡଳୀ ରେ ଦେଖିବାକୁ ମିଳିଛି ବିଜେଡି ର ମହାମିଶ୍ରଣ ପର୍ବ। ଏନେଇ ଶୁକ୍ରବାର ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ନେତୃତ୍ୱ ରେ ପୋଲସରା ଶଙ୍ଖଭବନ ଅଭିମୁଖେ ବାହାରିଛି ଏକ ବିରାଟ ରାଲି। ଭୁବନେଶ୍ୱର ଶଙ୍ଖ ଭବନ ରେ ଅନୁଷ୍ଠିତ ହେବାକୁ ଥିବା ଏହି ମହାମିଶ୍ରଣ ପର୍ବ ରେ ଆଜି ବିଜେଡି ରେ ଯୋଗଦେବେ ବୁଗୁଡା ବ୍ଲକ ଅଧକ୍ଷା କେ ପ୍ରିୟଦର୍ଶିନୀ ଆଚାରୀ ଙ୍କ ସମେତ ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତ ରୁ ପ୍ରାୟ ୧୦ ରୁ ଉର୍ଦ୍ଧ ସରପଞ୍ଚ, ସମିତିସଭ୍ୟ ସମେତ କିଛି ପୂର୍ବତନ ସରପଞ୍ଚ ସମିତି ସଭ୍ୟ ଆଜି ବିଜେପି ଛାଡି ବିଜେଡିରେ ଯୋଗଦାନ କରିବେ। ସେହିପରି ପୋଲସରା ବ୍ଲକ ରୁ ମଧ୍ୟ କିଛି ପୁରୁଖା ବିଜେପି କର୍ମୀ ଆଜି ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟି ଛାଡି ବିଜୁ ଜନତା ଦଳରେ ଯୋଗଦେବେ। ଗୋଟିଏ ପରେ ସାରା ରାଜ୍ୟରେ ଶାସକ ଦଳ ପକ୍ଷରୁ” ବିକାଶ ଧାରା ଓଡିଶା ସାରା ” ପାଳନ କରାଯାଉଥିବା ବେଳେ ପୋଲସରା ରେ ବିଜେଡି ର ଏହି ବଡ ମିଶ୍ରଣ ପର୍ବ ବିକାଶ ଧାରା କାର୍ଯ୍ୟକ୍ରମ କୁ ପାଣିଚିଆ କରିଦେଇଥିବା ଏବେ ରାଜନୈତିକ ମହଲରେ ଚର୍ଚ୍ଚା ପାଲଟିଛି।

