ବୁଗୁଡା:ଜନବାଣୀ,୧୯/୦୬(ଡ.କୁମୁଦ ଚନ୍ଦ୍ର ବେହେରା):ବୁଗୁଡ଼ା ବ୍ଳକ୍ ଅନ୍ତର୍ଗତ ବାଲିପଦର ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକ ଉତ୍ସବ ବାଲିପଦର ରଘୁନାଥ ବିହାର ସ୍ଥିତ ନିଜସ୍ବ କୋଠାରେ ମଞ୍ଚ ସଭାପତି ଇ. ବିପ୍ର ଚରଣ ପାତ୍ରଙ୍କ ପୌରହିତ୍ଯରେ ଅନୁଷ୍ଠିତ ହୋଇ ଯାଇଛି।ଅନୁଷ୍ଠାନ ପକ୍ଷରୁ ଆୟୋଜିତ ସଭାରେ ଅତିଥି ଭାବେ ଉପସଭାପତି ମାଧବ ଚନ୍ଦ୍ର ଭୋଳ, ଉପଦେଷ୍ଟା ବଂଶୀଧର ବିଷୋୟୀ,ଦ୍ବିତୀକୃଷ୍ଣ ବିଶ୍ବାଳ,ସମ୍ପାଦକ ପ୍ରକାଶ ଚନ୍ଦ୍ର ରଥ, କୋଷାଧ୍ୟକ୍ଷ ମଙ୍ଗୁଳି ପାତ୍ର,ଯୁଗ୍ମ ସମ୍ପାଦକ ପି. କ୍ରିଷ୍ଣାରାଓ ଦୋରା,ଯୋଗଦେଇ ବରିଷ୍ଠ ନାଗରିକ ମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।ବାର୍ଷିକ ଆୟବ୍ୟୟର ହିସାବ ସହ ବାର୍ଷିକ ବିବରଣୀ ସମ୍ପାଦକ ପାଠ କରି ଥିଲେ। ଚଳିତ ବର୍ଷ ନିର୍ବାଚନରେ ବିଜୟ ଚନ୍ଦ୍ର ମହାରଣା ଓ ଏ ସର୍ଭିସ୍ ଆଚାରୀ ତତ୍ତ୍ବାବଧାରକ ଥିଲେ। କାର୍ଯ୍ୟକାରୀ ସଦସ୍ଯ ଭାବେ ଲକ୍ଷ୍ମଣ କୁମାର ଜେନା, ପ୍ରଫୁଲ୍ଲ ଚନ୍ଦ୍ର ସାମନ୍ତରା, କବିରାଜ ପରିଡା, ଶଶିଭୂଷଣ ସେନାପତି, ବାଞ୍ଛା ନିଧି ଜେନା, ପଦ୍ମଲୋଚନ ଗୌଡ, ପୁରୁଷୋତ୍ତମ ସାହୁ, ଉମା ଚରଣ ପଟ୍ଟନାୟକଙ୍କୁ କାର୍ଯ୍ୟକାରୀ ସଦସ୍ଯ ଭାବେ ମନୋନୀତ କରାଯାଇଥିବା ବେଳେ ଆଗାମୀ ତିନିବର୍ଷ ପର୍ଯ୍ୟନ୍ତ ଇ.ବିପ୍ର ଚରଣ ପାତ୍ର ସଭାପତି,ଉପସଭାପତି ମାଧବ ଚନ୍ଦ୍ର ଭୋଳ, ପ୍ରକାଶ ଚନ୍ଦ୍ର ରଥ ସମ୍ପାଦକ ଯୁଗ୍ମ ସମ୍ପାଦକ ପି. କ୍ରୀଷ୍ଣା ରାଓ ଦୋରା କୋଷାଧ୍ୟକ୍ଷ ମଙ୍ଗୁଳି ପାତ୍ର ମନୋନୀତ ହୋଇଥିବା ବେଳେ ଉପଦେଷ୍ଟା ଭାବେ ବଂଶୀଧର ବିଷୋୟୀ ଓ ଦ୍ବିତୀକୃଷ୍ଣ ବିଶ୍ବାଳ ପୁନର୍ବାର ମନୋନୀତ ହୋଇଛନ୍ତି।

