ପାତ୍ରପୁର:ଜନବାଣୀ,୧୮/୦୬(ଗୌରାଙ୍ଗ ପ୍ରଧାନ):ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ ଜରଡ଼ା ଠାରେ ଠାକୁରାଣୀ ଯାତ୍ରା ବୁଧବାର ଠାରୁ ଆରମ୍ଭ ହୋଇଯାଇଛି। ବୁଧବାର ରାତ୍ର ୯ ଘଣ୍ଟ ସମୟ ରେ ରାଜବାଟି ଠାରୁ ସମସ୍ତ ଗ୍ରାମବାସୀ,ସଂକୀର୍ତନ ମଣ୍ଡଳୀ , ବାରିକ ବାଦ୍ୟ ଢୋଲ ଓ ଶଙ୍ଖ ମହୁରୀ, ବେଶ ପଟୁଆର ସହ ରେ ମା ଙ୍କୁ ନିମନ୍ତ୍ରଣ ନିମନ୍ତେ ସ୍ଥାୟୀ ମନ୍ଦିର ନିକଟକୁ ଯାଇ ମାଙ୍କୁ ଅସ୍ଥାୟୀ ମନ୍ଦିର ନିକଟକୁ ପାଛୋଟି ଆଣିଥିଲେ। ସଭାପତି ସାରଥୀ ପ୍ରସାଦ ବିଷୋୟୀ ଉପ ସଭାପତି ଭାସ୍କର ଚନ୍ଦ୍ର ବେହେରା,ଆନନ୍ଦ ବେହେରା ସମ୍ପାଦକ ବସନ୍ତ ବାହୁକ ,ସହ ସମ୍ପାଦକ ରବୀନ୍ଦ୍ର ନାଥ ପ୍ରଧାନ କୋଷାଧକ୍ଷ ଜି ତ୍ରିନାଥ ଦୋରା ଙ୍କ ସମେତ ଯୁବ ଗୋଷ୍ଠୀ ଓ ଗ୍ରାମବାସୀ ଉପସ୍ଥିତ ରହି ସହଯୋଗ କରିଥିଲେ ।ମୁଖ୍ୟ ଯାନୀ ସଞ୍ଜୟ କୁମାର ପଣ୍ଡା ଙ୍କ ଦ୍ୱାରା ମା ଙ୍କୁ ଓ କାଳୀକା ଙ୍କୁ ଆବାହନ କରାଯାଇଥିଲା।ମା ଜଗତ ଜନନୀ ଙ୍କ ଯାତ୍ରା ୧୭ ତାରିଖ ଠାରୁ ଆରମ୍ଭ ହୋଇ ୨୩ ତାରିଖରେ ଶେଷ ହେବାକୁ ଥିବା ବେଳେ ପ୍ରତିଦିନ ମନୋରଞ୍ଜନ କାର୍ଯ୍ୟକ୍ରମରେ ଭାରତ ଲୀଳା,ରାମାୟଣ ,ରାଧା ପ୍ରେମଲୀଳା ,ମହାଭାରତ ନବରଙ୍ଗୀ ଓ ମେଲୋଡି଼ ପରିବେଷଣ ର ବ୍ୟବସ୍ତା କରଯାଇଛି । ଆଲୋକ ତୋରଣରେ ଜରଡ଼ା ଝଲୁସିଥିବା ବେଳେ ରାମ ଦୋଳି, ମିନା ବଜାର ଯୋଗୁଁ ଭିଡ଼ ହେବା ଦୃଷ୍ଟିରେ ରଖି ଜରଡ଼ା ଥାନା ତତଫରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି।

