ବୁଗୁଡ଼ା:ଜନବାଣୀ,୨୦/୦୬/୨୬( ପୂର୍ଣ୍ଣ ଚନ୍ଦ୍ର ବାରିକ):ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଇଲାକାରେ କାଳବୈଶାଖୀ ପ୍ରଭାବରେ ଭିନ୍ନ ଭିନ୍ନ ଦୁଇଟି ସ୍ଥାନରେ ବଜ୍ରାଘାତ ଘଟି ଜଣେ ମହିଳା ଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଆହାତ ହୋଇଛନ୍ତି l ମୃତ ମହିଳା ଖୋଳଖାଳି ଗ୍ରାମ ବଡ଼ସାହିର ଶାନ୍ତି ସାମଲ ହୋଇଥିବା ବେଳେ ଆହାତ କୁଆନଳା ଗ୍ରାମର ତୁଳା ବେହରା ହୋଇଥିବା ଜଣାପଡିଛି l ମୃତ ଶାନ୍ତି ଖୋଳଖାଳି ଗ୍ରାମ ନିକଟ ପୋଖରୀ କୁ ଗାଧୋଇବାକୁ ଯାଇଥିବା ବେଳେ ବଜ୍ରାଘାତ ର ଶିକାର ହୋଇଥିଲେ l ସେହିଭଳି କୁଆନଳା ଗ୍ରାମନିକଟ ଚାଷ ଜମି କୁ ଯାଇଥିବା ସମୟରେ ବଜ୍ରାଘାତ ର ଶିକାର ହୋଇ ଆହାତ ହୋଇଥିଲେ ତୁଳା ବେହରା l ଉଭୟଙ୍କୁ ସ୍ଥାନୀୟ ଲୋକେ ଉଧାରକରି ଚିକିତ୍ସା ନିମନ୍ତେ ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିବା ବେଳେ ଡାକ୍ତର ଶାନ୍ତି ଙ୍କୁ ମୃତ୍ୟୁ ଘୋଷଣା କରିଥିଲେ l ଅନ୍ୟପଟେ ଆହାତ ତୁଳା ବେହରା ଙ୍କୁ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି l

