ଜଗନ୍ନାଥ ପ୍ରସାଦ:ଜନବାଣୀ,୨୧/୦୬ (ପୂର୍ଣଚନ୍ଦ୍ର ବାରିକ):ଜମିବାଡ଼ି ଭାଗବଣ୍ଟାକୁ ନେଇ ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଏକଘରିଆ ପଲ୍ଲୀ ଜରିପଙ୍କାଳ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜମି ବିବାଦକୁ କେନ୍ଦ୍ର କରି ପୁତୁରା ଏବଂ ତାଙ୍କ ବୋହୂ ମିଶି ଖୁଡ଼ି ରେବତୀ ପ୍ରଧାନ ଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ନେଇ ଥାନାରେ ସଙ୍ଗିନ ଅଭିଯୋଗ ହୋଇଛି। ଏହି ସାଂଘାତିକ ସୂଚନା ପାଇବା ପରେ ଜଗନ୍ନାଥପ୍ରସାଦ ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ପ୍ରକ୍ରିୟା ଜୋରଦାର କରିଛି I ସୂଚନା ଅନୁଯାୟୀ, ଏକଘରିଆ ପଲ୍ଲୀ ଗ୍ରାମର ଏହି ପରିବାର ମଧ୍ୟରେ ଦୀର୍ଘ ଦିନ ହେବ ଜମିବାଡ଼ି ଏବଂ ସମ୍ପତ୍ତି ଭାଗବଣ୍ଟାକୁ ନେଇ ବିବାଦ ଲାଗି ରହିଥିଲା। ଏହି ବିଷୟକୁ ନେଇ ପ୍ରାୟତଃ ପାରିବାରିକ କଳହ ସୃଷ୍ଟି ହେଉଥିଲା। ରବିବାର ଏହି ଜମି ବିବାଦ ଉଗ୍ର ରୂପ ନେଇଥିଲା। ବେଳେ ଖୁଡି କୁ ଜୀବନ ରୁ ହଟାଇବା ନେଇ ପୂର୍ଵ ପ୍ରସ୍ତୁତି କରି ଆସିଥିବା ପତୁରା ଓ ବୋହୁ ରେବତୀ କୁ ଏକା ଦେଖି ପୁତୁରା ନିଜ ଗାମୁଛା ସାହାର୍ଯ୍ୟ ରେ ରେବତୀ ର ଗଳା ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି।ମୃତ ମହିଳାଙ୍କ ନାତି ବୀରେନ୍ଦ୍ର ଓ କୈଳାଶ ଏନେଇ ଜଗନ୍ନାଥପ୍ରସାଦ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। | ଘଟଣା ଖବର ପାଇ ଉପଖଣ୍ଡ ଅଧିକାରୀ ଡ଼ଃ.ଦୀପକ କୁମାର ମିଶ୍ରଙ୍କ ତତ୍ୱାବଧାନରେ ଥାନାଧିକାରୀ ପ୍ରମୋଦ କୁମାର ଲେଙ୍କା ଘଟଣା ସ୍ଥାନରେ ପହଂଚି ତଦନ୍ତ ଜାରି ରଖିଛନ୍ତି l

