ଫୁଲବାଣୀ:ଜନବାଣୀ,୨୪/୦୬(ସୁନୀଲ ପଟ୍ଟନାୟକ):ରାଜ୍ୟ ସରକାର ଙ୍କ ସଫଳତା ର ଦୁଇ ବର୍ଷ ପାଳନସହିତ ବିଭିନ୍ନ ଜନ କଲ୍ୟାଣମୁଳକ ଯୋଜନା ର ପ୍ରଚାର ଓ ପ୍ରସାର ପାଈଁ ବିକାଶ ର ଧାରା ଓଡ଼ିଶା ସାରା କାର୍ଯ୍ୟ କ୍ରମ ଦାରିଂବାଡ଼ି ବ୍ଲକପରିସର ରେ ଅନୁଷ୍ଠିତ ହୋଇଥଲା l ଦାରିଂବାଡ଼ି ବ୍ଲକ୍ ବିଡ଼ିଓ ପ୍ରିତୀ ରଞ୍ଜନ ରଥ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ସାଂସଦ ପ୍ରତିନିଧି ବିଷ୍ଣୁ ଚରଣ ପ୍ରଧାନ ପ୍ରଧାନ, ତହସିଲ ଦାର୍ ଧିରଜ ପାତ୍ର, ସି ଡି ପିଓ ସନ୍ଧ୍ୟା ରାଣୀ ପଣ୍ଡା, ବିଧାୟକ ପ୍ରତିନିଧି ପ୍ରମୋଦ ଦିଗାଲ, ମଣ୍ଡଳ ସଭାପତି ମିଟୁ ସାହୁ ପ୍ରମୁଖ ଯୋଗ ଦେଇ ବିଭିନ୍ନ ଜନ ହିତକର ଯୋଜନା, ଉନ୍ନୟନ ମୂଳକ କାର୍ଯ୍ୟ, ଆଗାମୀ ଦିନର ବିକାଶ ର ଲକ୍ଷ୍ୟ ସମ୍ପର୍କ ରେ ଉପସ୍ଥିତ ଜନ ସାଧାରଣ ଙ୍କୁ ଅବଗତ କରାଇଥିଲେ l ବିଡ଼ିଓ ରଥ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଧାନ ଙ୍କ ନିଷ୍ଠାପର ଉଦ୍ୟମ ଆନ୍ତରିକତା ଓ କାର୍ଯ୍ୟ ଦକ୍ଷତା ଯୋଗୁଁ ପଂଚାୟତ ରେ ଚାଲିଥବା ସମସ୍ତ ଜନ କଲ୍ୟାଣ ମୁଳକ ଯୋଜନା ଲୋକଂକ ନିକଟରେ ପହଂଚି ପାରୁଥିବାରୁ ଗ୍ରାମବାସୀ ଖୁସି ବ୍ୟକ୍ତ କରିଥିଲେ l ଗତ ଦୁଇ ବର୍ଷ ମଧ୍ୟରେ ପଂଚାୟତ ରେ କୃଷି, ଶିକ୍ଷା, ସ୍ଵାସ୍ଥ୍ୟ ପାନୀୟ ଜଳ, ଗମନା ଗମନ ଓ ମହିଳା ସଶକ୍ତି କରଣ କ୍ଷେତ୍ରରେ ଅନେକ ଗୁଡ଼ିଏ ପଦକ୍ଷେପ ଗ୍ରହଣ କରାଯାଇ ଛି ବୋଲି ଉପସ୍ଥିତ ସମସ୍ତ ଅତିଥି ମାନେ ମତ ପ୍ରକାଶ କରିଥିଲେ l ସେହିପରି ଯଶଶ୍ଵୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ସୁଦୂର ପ୍ରସlରୀ ମାର୍ଗ ଦର୍ଶନ ସାଙ୍ଗକୁ ରାଜ୍ୟର ଲୋକ ପ୍ରିୟ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝି ଙ୍କ ଦୃଢ଼ ନେତୃତ୍ୱ, ଦୂରଦର୍ଶୀତା ଯୋଗୁଁ ଆଜି ଓଡ଼ିଶାର ପ୍ରତିଟି କୋଣ ଅନୁକୋଣ ରେ ବିକାଶ ର ଏକ ନୁଆ ଯୁଗ ଆରମ୍ଭ ହୋଇଥିବା ସାଂସଦ ପ୍ରତିନିଧି ପ୍ରଧାନ , ଓ ମଣ୍ଡଳ ସଭାପତି ସାହୁ କହିଥିଲେ l ଏହି ଅବସରରେ ଲୋକଙ୍କୁ ଜଙ୍ଗଲ ଜମିପଟ୍ଟା , ଗୋଷ୍ଠୀ ଗତ ଜମି ପଟ୍ଟା, ଅଙ୍ଗନ୍ ବାଡ଼ି କର୍ମୀ ଙ୍କୁ ମୋବାଇଲ ଫୋନ ଆଦି ବଣ୍ଟନ କରଯାଇଥିଲା l କାର୍ଯ୍ୟକ୍ରମ ରେ ଅଙ୍ଗନବାଡ଼ି କର୍ମୀ, ବୁଦ୍ଧିଜୀବି , ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳା, ଜନ ସାଧାରଣ ବହୁ ସଂଖ୍ୟାରେ ଯୋଗ ଦେଇ ଥିଲେ l ଓ ଏଲ ଏମ ବି ପି ଏମ୍ ପିଣ୍ଟୁ ନାୟକ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବିଶ୍ୱଜିତ୍ ଜାଲି, ଯୋଗାଣ ଅଧିକାରୀ ନିହାର ରଞ୍ଜନ ବେହେରା ଙ୍କ ଆନ୍ତରିକ ସହଯୋଗ ରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା l

