ଭଞ୍ଜନଗର,୨୪/୦୬(ନିଲୁ ବିଷୋୟୀ):ଭଞ୍ଜନଗର ଟାଟା ପାୱାର ଅଧୀନ କଣ୍ଟେଇପଲ୍ଲୀ ସେକ୍ସନରେ ଦୀର୍ଘ ବର୍ଷ ଧରି କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଥିବା କାମିନୀ କାଞ୍ଚନ ଚାନ୍ଦ ପଦୋନ୍ନତି ପାଇ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଭାବେ ବ୍ରହ୍ମପୁର ମେଡିକାଲ ସେକ୍ସନକୁ ସ୍ଥାନୀନ୍ତରିତ ହୋଇଯାଇଛନ୍ତି। ଏଥିନିମନ୍ତେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା କଣ୍ଟେଇପଲ୍ଲୀ ସେକ୍ସନ ଅଫସିରେ ଅନୁଷ୍ଠିତ ହୋଇଥିଲା। ଶ୍ରୀ ଚାନ୍ଦଙ୍କ କାର୍ଯ୍ୟଦକ୍ଷତା, ନୀତି ଆଦର୍ଶକୁ ମାନେ ପକାଇ ସମସ୍ତ କର୍ମଚାରୀ ଭାବ ବିହ୍ଵଳ ହୋଇପଡ଼ିଥିଲେ।ପରେ ସମସ୍ତ କର୍ମଚାରୀ ମାନେ ଶ୍ରୀ ଚାନ୍ଦ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜଣାଇବା ସହ ନୂତନ କନିଷ୍ଠ ଯନ୍ତ୍ରୀ ସତ୍ୟଜିତ ରାକେଶ ସାହୁଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ସଭାରେ ମୁଖ୍ୟ ଅତିଥି ଭାବେ ନିର୍ବାହୀ ଯନ୍ତ୍ରୀ ଯୋଗ ଦେବା ସହ ଡିଭିଜନର ଅନେକ ପଦାଧିକାରୀ ଏବଂ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ।

