ଗଞ୍ଜାମ:ଜନବାଣୀ,୨୫/୦୬(ହିମାଂଶୁ ଶେଖର ସାବତ):ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲବଣ ଶ୍ରମିକ ଉଚ୍ଚ ବିଦ୍ୟାଳୟର ଅଷ୍ଟମ ନବମ ଦଶମ ଶ୍ରେଣୀରେ ଅଧ୍ୟୟନରତ ଛାତ୍ରୀଙ୍କୁ ନେଇ ‘ବାଲ୍ୟ ବିବାହ,କିଶୋରୀ ବାଳିକାଙ୍କ ସ୍ୱାସ୍ଥ୍ୟ,ଋତୁଶ୍ରାବ, ସ୍ୱଚ୍ଛତା,ଶିଶୁ ସୁରକ୍ଷା,ଆଇନ ସଚେତନତା’ଆଦି ବିଷୟ ଉପରେ ଏକ ସଚେତନତା ସଭା ଆୟୋଜନ ହୋଇଥିଲା l ବାଲ୍ୟ ବିବାହକୁ କିପରି ରୋକାଯାଇପାରିବ,କିଶୋରୀ ବାଳିକାଙ୍କ ଅଧିକାର କ’ଣ,ମାସିକ ଋତୁଶ୍ରାବ ସମୟରେ କେମିତି ସ୍ୱଚ୍ଛ ରହିବା,ମହିଳା ଓ ଶିଶୁଙ୍କ ସୁରକ୍ଷା ସହ ବିକାଶ ପାଇଁ କ’ଣ କରିବା, ଗୁଡ଼ ଟଚ-ବେଡ଼ ଟଚ କ’ଣ, ମୁକ୍ତ ବାଲ୍ୟ ବିବାହ ଭାରତ ଗଠନ କେମିତି କରିପାରିବା,ମାଗଣା ଆଇନ କ’ଣ, ପାରିବାରିକ ବିବାଦର ଆଶୁ ସମାଧାନ,ପୀଡିତା କ୍ଷତିପୂରଣ’ ଆଦି ସବିଶେଷ ବିଷୟ ଉପରେ ଏହି ସଚେତନତା ସଭା ଆୟୋଜନ ହୋଇଥିଲା l ନୀଳାଦ୍ରିପୁର ଏବଂ ପୋଡ଼ମପେଟା ଗ୍ରାମର ଛାତ୍ରୀ ମାନେ ଏହି ସଚେତନତା ସଭାରେ ଅଂଶଗ୍ରହଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ସେବା ସମ୍ପାଦିକା ଶ୍ରୀମତୀ ଅଳକା ସାହୁ,ପ୍ରଧାନଶିକ୍ଷୟତ୍ରୀ ଶୁଭଲକ୍ଷ୍ମୀ ମାଡାମ, ସରପଞ୍ଚ ଶ୍ରୀମତୀ ସଂଯୁକ୍ତା ପ୍ରଧାନ,ସ୍ବେଛାସେବୀ ଜ୍ୟୋସ୍ନା କୁମାରୀ ସାହୁ,ଅଙ୍ଗନବାଡି କର୍ମୀ,ଏନଏଫଆଇ ର ସ୍ବେଛାସେବୀ ଏନ ଗଣେଶ, ପି ନରସୀମା,ଅଙ୍କିତା ସାହୁ,ଛାତ୍ରୀଗଣ ପ୍ରମୁଖ ଉପସ୍ଥିତ ରହିଥିଲେ l

