ବୋଲଗଡ଼,୨୫/୬(ସୁଶାନ୍ତ କୁମାର ପ୍ରଧାନ): ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ ବ୍ଲକ ଅନ୍ତର୍ଗତ – କପାସିଆ ଗ୍ରାମ ରେ ୩୩ ତମ ବାର୍ଷିକ ରଜ ମହୋତ୍ସବ ମହା ସମାରୋହ ରେ ପାଳିତ ହୋଇଯାଇଛି ।ଅତ୍ୟନ୍ତ ସୁନ୍ଦର ସାଜସଜ୍ଜା ଓ ଆକର୍ଷଣୀୟ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମ ରେ ଅଞ୍ଚଳର ବହୁ ଲୋକ ଉପସ୍ଥିତ ରହି ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ । ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ , ଓଡ଼ିଶା ସରକାର ଙ୍କ ତରଫରୁ ଯୋଗାଇ ଦିଆଯାଇଥିବା ସାଂସ୍କୃତିକ ଦଳ ଗୁଡିକ ୪ ଦିନ ଧରି ରଜ ମହୋତ୍ସବ ମଞ୍ଚ ରେ ସୁନ୍ଦର ଭାବରେ ନାଟକ,ଭଜନ,ଭାରତ ଲୀଳା, ଢୋଲ ମହୁରୀ ଓ ଘୋଡ଼ା ନାଚ ପରିବେଷଣ କରି ଦର୍ଶକ ଙ୍କ ମନ ମୋହିନେଇଥିଲେ । ରଜ ମହୋତ୍ସବ କାର୍ଯ୍ୟ କ୍ରମକୁ ସଂଯୋଜନା କରିଥିଲେ, ରଜ ମହୋତ୍ସବ କମିଟି ର ସମ୍ପାଦକ,ସମାଜସେବୀ – ଶ୍ରୀମା ପ୍ରସାଦ ଦାଶ, ରଜ ମହୋତ୍ସବ କାର୍ଯ୍ୟ କ୍ରମ ରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ ଉପସ୍ଥିତ ରହି ସାହିତ୍ୟ ,ସଂସ୍କୃତି ଓ ଓଡ଼ିଆ ପରମ୍ପରା ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ।ସମ୍ମାନିତ ଅତିଥି ଭାବରେ ପୂର୍ବତନ ସମିତି ସଭ୍ୟ ଗୋଲକ ରାଉତ – ଓଡ଼ିଆ ଭାଷା ଓ ସଂସ୍କୃତି ବିଷୟରେ ଭାଷଣ ପ୍ରଦାନ କରିଥଲେ।ଦ୍ୱିତୀୟ ଦିନରେ କଂଗ୍ରେସ ଦଳ ର ବିଧାୟକ ପ୍ରାର୍ଥୀ ହୋଇଥିବା, ବରିଷ୍ଠ ସମାଜ ସେବୀ -ଶ୍ରୀଯୁକ୍ତ ପୃଥ୍ବୀ ବଲ୍ଲଭ ପଟ୍ଟନାୟକ ଉପସ୍ଥିତ ରହି ସାହିତ୍ୟ ଓ ସଂସ୍କୃତି ବଞ୍ଚିଲେ ଓଡ଼ିଆ ଜାତି ଓ ଓଡ଼ିଆ ଭାଷା ବଞ୍ଚିବ ବୋଲି କହିଥିଲେ , ଡାବରଧୁଆପାଟଣା ଗ୍ରାମ ପଞ୍ଚାୟତ, ସରପଞ୍ଚ- ଶ୍ରୀଯୁକ୍ତ ବିଜୟ କୁମାର ସେଠୀ ,ସଂସ୍କୃତି ଓ ପରମ୍ପରା ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ।ଏହି ସଭାରେ ସଭାପତିତ୍ବ କରିଥିଲେ – ବ୍ୟଙ୍ଗକବି ଶ୍ରୀଯୁକ୍ତ ବ୍ରଜ ବିହାରି ସୁବୁଦ୍ଧି ,(ବୋଲଗଡ଼ ଏକ୍ସପ୍ରେସ)୪ ର୍ଥ ବା ଶେଷ ସନ୍ଧ୍ୟା ରେ ମୁଖ୍ୟ ଅତିଥି ଭାବରେ ଖୋର୍ଦ୍ଧା ଜିଲ୍ଲା ଭାରତୀୟ ଜନତା ପାର୍ଟି ର ସମ୍ପାଦକ,ତଥା ୨୩ ନଂ ଜୋନ ର ଜିଲ୍ଲା ପରିଷଦ ସଭ୍ୟ – ଶ୍ରୀଯୁକ୍ତ ଅନାଦି ସାହୁ ଓ ସମ୍ମାନିତ ଅତିଥି ଭାବରେ ଖୋର୍ଦ୍ଧା ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଓ ସାଂସଦ ପ୍ରତିନିଧି ରବୀନ୍ଦ୍ର ନାଥ ସୁବୁଦ୍ଧି , ଉପସ୍ଥିତ ରହି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବଞ୍ଚିଲେ ଓଡ଼ିଆ ଭାଷା ବଞ୍ଚିବ ବୋଲି କହିଥିଲେ ।ଏହି ସଭା ରେ ସଭାପତିତ୍ଵ କରିଥିଲେ, ଭାରତୀୟ ଜନତା ପାର୍ଟିର ବରିଷ୍ଠ କର୍ମକର୍ତ୍ତା- ଶଶାଙ୍କ ଶେଖର ଭୁଜବଳ , ଏବଂ ମଞ୍ଚ ପରିଚାଳନା କରିଥିଲେ ପ୍ରଦୀପ କୁମାର ପ୍ରଧାନ ରଜ ମହୋତ୍ସବ କମିଟି , ର ମୁଖ୍ୟ କର୍ମକର୍ତ୍ତା ଏଥିରେ ମୁଖ୍ୟ ଭୂମିକା ରେ ସନାତନ ନାୟକ , ଶ୍ରୀନିବାସ ମାର୍ଥା, ଗୋପବନ୍ଧୁ ସୁନ୍ଦରା , ଜୟକୃଷ୍ଣ ପ୍ରଧାନ, ନବକିଶୋର ସାମନ୍ତରାୟ, ଗୌରାଙ୍ଗ ଚିନରା, ବୃନ୍ଦାବନ ସାହୁ,ସଦାନନ୍ଦ ପରିଡ଼ା,ବିପିନ କୁମାର ରତ୍ନ,ପାପୁନି ଭଟ୍ଟ ଓ ସମସ୍ତ ଯୁବକ ଏବଂ ଗ୍ରାମବାସୀ ସହଯୋଗ କରିଥିଲେ ।

