ଚିକିଟି:୨୫/୬(ନିଗମାନନ୍ଦ ପଣ୍ଡା): ବାଲି ଚୋରିକୁ ରୋକିବା ପାଇଁ ଚିକିଟି ତହସିଲ ର କେ.ନୂଆଗାଁ ସମେତ ବାହୁଦା ନଦୀ ର ବିଭିନ୍ନ ବାଲି ଘାଟ ରେ ପ୍ରଶାସନିକ ସ୍ତର ରେ ଵି ଏନ ଏସ ୧୬୩ ଲାଗୁ କରାଯାଇଛି l ଉକ୍ତ ବାଲି ଖାଦାନ ରୁ ବାଲି ଚୋରି କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଧେଣ୍ଡୁରା ମାରି ପ୍ରଶାସନ ସ୍ତର ରେ ଖଣି, ପୁଲିସ, ତହସିଲ ବିଭାଗ ତରଫରୁ ସଚେତନ କରାଯାଇଛି l କିନ୍ତୁ ଵି ଏନ ଏସ କୁ ଫୁ.. କରି ସ୍ପଷ୍ଟ ଦିବା ଲୋକ ରେ କେ.ନୂଆଗାଁ ବlହୁଦା ପୋଲ ତଳୁ ମାଫିଆ କୋଟିଏ ଟଙ୍କା ର ବାଲି ଚୋରି କରି ଥାର ଗାଡି ଚଢିଲେଣି l ବାରମ୍ବାର ଅଭିଯୋଗ ପରେ ଵି କାହାର ଵି ନିଘା ନାହିଁ l ବାଲି ଚୋରି ସମ୍ପର୍କ ରେ ଖଣି ଅଧିକାରୀ କୀର୍ତ୍ତି ରଞ୍ଜନ ସେଠ ଏବଂ ଚିକିଟି ପାତ୍ରପୁର ଦାୟିତ୍ୱ ରେ ଥିବା ଖଣି ଅଧିକାରୀ ପଙ୍କଜ ଠାକୁର ଙ୍କୁ ବାଲି ଚୋରି ର ଭିଡିଓ ଫୋଟ ପଠାଇଲେ ଵି କିଛି ଫରକ ପଡୁନି l ବେଳେ ବେଳେ କାଁ ଭାଁ ବାହାବା ନେବା କୁ ପୁଲିସ ବାଲି ଗାଡି ଧରି ଜୋରିମାନା ଆଦାୟ କରି ଛାଡି ଦେଉଛନ୍ତି l ଅଭିଯୋଗ କଲେ ଖଣି ବିଭାଗ କହୁଛି ପୁଲିସ ର ଦାୟିତ୍ୱ ଚଢ଼ାଉ ପାଇଁ l ତହସିଲ କହୁଛି ଆମେ କଣ କରିବୁ ଗାଡି କୁ ଧରି ପୁଲିସ ରେ ଜିମା ଦେଲେ ଖଣି ବିଭାଗ କମ ଜୋରିମାନା ପକାଇ ଛାଡି ଦେଉଛି l ଆମ ବଡ଼ ପଣ ମୁଣ୍ଡପୋତା ହେଉଛି ବୋଲି ତହସିଲ କହୁଛି l ତନାଘନା ଜୋର ଧରିବା ପରେ ପରେ ଜ଼ିଲ୍ଲା ଖଣି ବିଭାଗ ପକ୍ଷରୁ ବାଲି ଚୋର ଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ କେ. ନୂଆଗାଁ ପୁଲିସ କୁ ଚିଠି ଲେଖାଯିବ ବୋଲି ଜ଼ିଲ୍ଲା ଖଣି ଅଧିକାରୀ କୀର୍ତ୍ତ ରଞ୍ଜନ ସେଠି କହିଛନ୍ତି l କିନ୍ତୁ ତାହା ଏଯାବତ କାର୍ଯ୍ୟକ୍ଷମ ହୋଇନି l ଅନ୍ୟପଟେ ଚିକିଟି ପାତ୍ରପୁର ଦାୟିତ୍ୱ ରେ ରହିଥିବା ଖଣି ଅଧିକାରୀ ପଙ୍କଜ ଠାକୁର ଙ୍କୁ ବାଲି ଚୋର ଅଶ୍ରାବ୍ୟ ଭାଷା ରେ ଗାଳି ଗୁଲଜ କରି ଧମକ ଦେଉଛନ୍ତି ବୋଲି ଉକ୍ତ ଖଣି କର୍ମଚାରୀ ସମ୍ବାଦ କୁ ଫୋନ ଯୋଗେ କହୁଛନ୍ତି । ମାଫିଆ ମାଲାମାଲ୍ ହୋଇ ଥାର ଚଢ଼ୁଥିବା ବେଳେ ସରକାର କୋଟିକୋଟି ଟଙ୍କାର ରାଜସ୍ଵ ହରାଉଛନ୍ତି। ଏଭଳି ପରିସ୍ଥିତିରେ ଜିଲ୍ଲା ଖଣି ଅଧିକାରୀଙ୍କ ଭୂମିକା ବି ସନ୍ଦେହ ଘେରକୁ ଆସିଗଲାଣି। ବାଲି ଚୋର ନୂଆଗାଁ ବାହୁଦା ନଦୀ କୁ ଅଧା ଖୋଳି ସାରିଲେଣି । ଯାହାକି ପରିବେଶ ଓ ଜୈବ ବିବିଧତା ଉପରେ କୁପ୍ରଭାବ ପକାଉଛି। ପ୍ରଶାସନିକ କଳ ମାଫିଆଙ୍କ କୋଳରେ ବସିଥିବାରୁ ଏଭଳି ବଡ଼ଧରଣର ଲୁଟ୍ ସମ୍ଭବ ହେଉଥିବା ଲୋକେ ଅଭିଯୋଗ କରିଛନ୍ତି। ଭୟରେ ଲୋକେ ପାଟି ଫିଟାଇପାରୁ ନଥିବା କହିଛନ୍ତି | ମାଫିଆଙ୍କ ବିରୋଧରେ ଜେଲ ଦଣ୍ଡ ଭଳି ବଡ଼ କାର୍ଯ୍ୟାନୁଷ୍ଠାନ ନିଆଗଲେ ବାହୁଦା ଭୁଶୁଡିବା ପୂର୍ବରୁ ରକ୍ଷା ପାଇବ ବୋଲି ଅଞ୍ଚଳ ଲୋକ କହିଲେଣି । ଵି ଏନ ଏସ ୧୬୩ ଲାଗୁ ସତ୍ୱେ ବିନା ଲିଜ୍ରେ ବେଆଇନ ଭାବେ କେ. ନୂଆଗାଁ ବାହୁଦା ନଦୀରୁ ଚୋରାଚାଲlଣ ବ୍ୟବହୃତ ହେଉଥିବା ଟ୍ରାକ୍ଟର, ହାଇବା ସିଜ ବଦଳ ରେ କମ ଜୋରିମାନାରେ ଛାଡୁଚି l ଏବଂ ବାଲି ଚୋର କୁ ପ୍ରଶାସନ କାହିଁକି ଗିରଫ କରୁନାହିଁ ତାହା ଚର୍ଚ୍ଚା ର କେନ୍ଦ୍ରବିନ୍ଦୁ ପାଲଟିଛି l

