ଫୁଲବାଣୀ:୨୬/୦୬(ସୁନୀଲ ପଟ୍ଟନାୟକ):କନ୍ଧମାଳ ଜିଲ୍ଲା ଅବକାରୀ ବିଭାଗ କୁ ମିଳିଛି ସଫଳତା l ଅବକାରୀ ବିଭାଗ ଅଧିକ୍ଷକ ସୁଶାନ୍ତ କୁମାର ପାଢ଼ୀ ଙ୍କ ନିର୍ଦ୍ଦେଶ କ୍ରମେ ଫୁଲବାଣୀ ଆଦର୍ଶ ଅବକlରୀ ଥାନା ପକ୍ଷରୁ ବାଳନ୍ଦା ପଡା ଗାଁ ନିକଟ ଜଙ୍ଗଲରେ ଚଢାଉ କରି ବିପୁଳ ପରିମାଣର ଗଞେଇ ଚୋରା ଚାଲାଣ ବେଳେ ଜବତ କରିଛି l ଏକ ବିଶେଷ ସୁତ୍ରରୁ ଖବର ପାଇ ଅବକାରୀ ଇନ୍ସପେକ୍ଟର ଙ୍କ ନେତୃତ୍ଵ ରେ ବିଭାଗ ସ୍କ୍ୱାର୍ଡ କର୍ମଚାରୀ ଗାଁ ନିକଟ ଜଙ୍ଗଲରେ ପହଞ୍ଚିବା ବେଳେ ସେଠାରେ ଥିବା ଜଣେ ଗଞେଇ ମାଫିଆ ଦୂରରୁ ଅବକାରୀ ବିଭାଗ କର୍ମଚାରମାନଙ୍କୁ ଦେଖି ଜଙ୍ଗଲ ଭିତରକୁ ଦୌଡ଼ି ପଳେଇ ଥିଲା l ଅବକାରୀ ବିଭାଗ କର୍ମଚାରୀ ଚାଲାଣ ପାଇଁ ଜଙ୍ଗଲ ରେ ଲୁଚାଇ ରଖାଯାଇଥିବା ୨୦ବସ୍ତା ଗଞେଇ ୪କ୍ୟୁଣ୍ଟlଲ ଦୁଇ କେଜି ଜବତ କରିଥିଲେ ଯାହାର କି ଆନୁମାନିକ ମୂଲ୍ୟ ୪୦ଲକ୍ଷ ଟଂକା ହେବ ବୋଲି ଅବକlରି ବିଭାଗ କହିଛି l ଏ ସଂପର୍କରେ ଅବକାରୀ ଥାନରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚଳାଇଛି ଅବକାରୀ ବିଭାଗ l ଅବକାରୀ ବିଭାଗ ଅଧିକ୍ଷକ ସୁଶାନ୍ତ କୁମାର ପାଢ଼ୀ ଙ୍କ ସମେତ ଅବକାରୀ ସବ ଇନ୍ସପେକ୍ଟର, ଇନିସ୍ ପେକ୍ଟର ଓ କର୍ମଚାରୀ ମାନଙ୍କ ନିଷ୍ଠା ପର ଉଦ୍ୟମ ଆନ୍ତରିକତା କାର୍ଯ୍ୟ ଦକ୍ଷତା ଓ ଆଗ୍ରହ ପ୍ରକାଶ ଯୋଗୁଁ ଜିଲ୍ଲାରେ ନିୟମିତ ଭାବେ ଚୋରା ଗଞ୍ଜେଇ ଜବତ କରାଯାଉଛି l ଗଞ୍ଜେଇ ଚାଷ ଓ ଚୋରା ଚାଲାଣ ରୋକିବା ପାଇଁ ବିଭାଗ ପକ୍ଷରୁ ସର୍ବଦା ପେଟ୍ର ଲିଂ କରାଯାଇ ସତର୍କ ଦୃଷ୍ଟି ରଖାଯାଉଥିବା ଅବକାରୀ ବିଭାଗ ଅଧିକ୍ଷକ ପାଢ଼ୀ କହିଛନ୍ତି l ଅବକାରୀ ବିଭାଗ ସ୍କ୍ୱାର୍ଡ କର୍ମଚାରୀ ଙ୍କ ନିୟମିତ ଚଢାଉ ଫଳରେ ଜିଲ୍ଲାରେ ଗଞ୍ଜେଇ ଚାଷ କମିବା ସହ ମାଫିଆ ମାନେ ସାବlଡ ହୋଇଥିବା ଜଣାପଡିଛି l ଆଗକୁ ମଧ୍ୟ ଜିଲ୍ଲାରେ ଚଢାଉ ଜାରୀ ରହିବ ବୋଲି ପାଢ଼ୀ କହିଛନ୍ତି l

