ଗଜପତି,୨୬/୦୬(ଟିକି ଲିମା):ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରେଳ ଷ୍ଟେସନ ପରିଦର୍ଶନ ତଥା ସମୀକ୍ଷା ପାଇଁ ଆଜି ରାୟଗଡା ଡିଭିଜନ ଡି ଆର ଏମ ଅମିତାଭ ସିଂଘଲ ଦିନିକିଆ ପ୍ରଥମ ଗସ୍ତରେ ଆସିଥିବା ବେଳେ ଓଡ଼ିଶା ସାମ୍ବାଦିକ ସଂଘ ତଥା ଓ ଜେ ୟୁ ଗଜପତି ଜିଲ୍ଲା ଶାଖା ପକ୍ଷରୁ ରେଳ ସମସ୍ୟାକୁ ନେଇ ରାୟଗଡ଼ା ଡିଆରଏମ ଙ୍କ ସହ ଆଲୋଚନା କରା ଯାଇଛି। ଓଡ଼ିଶା ସାମ୍ବାଦିକ ସଂଘ ଗଜପତି ଜିଲ୍ଲା ଶାଖା ର ସଭାପତି ଅମିତ କୁମାର ପଟ୍ଟନାୟକ, ସମ୍ପାଦକ ସୁରେଶ କୁମାର ନାଗ, ଉପ ସଭାପତି ଆଲିନ ପାଣି, ଉପ୍ରିୟମ୍ ନାଇକ, ଟିକି ଲିମା ପ୍ରମୁଖ ଉପସ୍ଥିତ ରହି ଡିଆରଏମ ଶ୍ରୀ ସିଂଘଲ ଙ୍କ ସହ ଆଲୋଚନା କରିଥିଲେ। ରେଳ ଷ୍ଟେସନର କିଛି ସମସ୍ୟା, ରେଳ ଗୁଡିକ ବିଳମ୍ବରେ ଚାଲିବା, ରେଳ ରେ ଥିବା ଲେର୍ଟିନ ଗୁଡ଼ିକ ସଫା ରଖିବା, ଷ୍ଟେସନ କୁ ଲାଗି ଥିବା ଫାଟକ ଠାରେ ଫ୍ଲାଇ ବ୍ରିଜ୍ ନିର୍ମାଣ କରିବା ଭଳି ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା କରାଯାଇଥିଲା। ବିଭିନ୍ନ ଆଲୋଚନା ପରେ ସମସ୍ତ ବିଷୟ ଉପରେ ନିଶ୍ଚିତ ଭାବେ କାର୍ଯ୍ୟ ଗୁଡ଼ିକ ଉପରେ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ସିଂଘଲ ପ୍ରତିଶ୍ରୃତି ଦେଇଥିଲେ।

