ଖୋର୍ଦ୍ଧା:ଜନବାଣୀ,୨୭/୦୬(କେଦାର ନାଥ ସାହୁ):ମହାରାଜା କପିଳେନ୍ଦ୍ର ଦେବଙ୍କ ୫୯୧ ତମ ରାଜ୍ୟାଭିଷେକ ଦିବସ ଉପଲକ୍ଷେ ଏକ ପଥ ଉତ୍ସବ ଅନୁଷ୍ଠିତ ହେବ ।ଏହି ସମ୍ମିଳନୀ ଆସନ୍ତା ୨୮ ଜୁନ ସଖାଳ ୬ ଘଟିକା ରୁ ଆରମ୍ଭ ହୋଇ ସଖାଳ ୯ ଘଟିକା ପର୍ଯ୍ୟନ୍ତ ଚାଲିବ । ଖୋର୍ଦ୍ଧା ସମବାୟ ବ୍ୟାଙ୍କ ଠାରୁ ଆରମ୍ଭ କରି ଷ୍ଟେଷ୍ଟ ବ୍ୟାଙ୍କ ଛକ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଉତ୍ସବରେ ଓଡିଆ ଅସମିତା ଜାଗରଣ,ଯୁବ ପିଢିଙ୍କ ମଧ୍ୟରେ ଦେଶଭକ୍ତି, ନେତୃତ୍ୱ ଓ ସଚେତନତା ,ବିଭିନ୍ନ ପାରମ୍ପରିକ କଳା, ପାଇକ ଆଖଡା, ଲୋକକଳା ପରି ଅନେକ କାର୍ଯ୍ୟକ୍ରମ ହେବ ବୋଲି ହିନ୍ଦୁ ଜାଗରଣ ମଂଚ ରଫରୁ ଖବରଦାତା ସମ୍ମିଳନୀ ରେ ପ୍ରକାଶ କରିଛନ୍ତି ।

