ବ୍ରହ୍ମପୁର,୨୯/୦୬(ହିମାଂଶୁ ଶେଖର ସାବତ):କଳାଞ୍ଜଳି ଆର୍ଟିଷ୍ଟ୍ରୀ ଟ୍ରଷ୍ଟ ତରଫରୁ କେସି ହାଇ ସ୍କୁଲ ଖେଳ ପଡ଼ିଆରେ କଳାଞ୍ଜଳି ଉତ୍ସବ ୨୦୨୬ ମହାସମାରୋହରେ ଆୟୋଜିତ ହୋଇଯାଇଛି । ଏପରି ଉତ୍ସବ ରେ ଟ୍ରଷ୍ଟ ର ପ୍ରତିଷ୍ଠାତ୍ରୀ ରାମେଶ୍ୱରୀ ନନ୍ଦ ନେତୃତ୍ଵ ନେଇଥିବ ବେଳେ ଅତିଥି ରୂପେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚନ୍ଦ୍ର ଶେଖର ସାହୁ, ସାଂସଦ ପ୍ରତିନିଧି ବାଳକୃଷ୍ଣ ସାମନ୍ତରାୟ, , ସମୀର ମିଶ୍ର, ସୂର୍ଯ୍ୟକାନ୍ତ ସୁବୁଦ୍ଧି,, ସୁଦୀପ କୁମାର୍ ସାହୁ, ପୁଷ୍ପଲତା ପାଣିଗ୍ରାହୀ, ଶାବନା ଦାସ,ପ୍ରଣିତା ହୋତା, ମୀନତା ମହାନ୍ତି, ଡ ସ୍ଵାତୀ ଦାସ, କଣ୍ଠ ଶିଳ୍ପୀ ନାଭିୟା ଜେଟି ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।ଅନୁଷ୍ଠାନର ସଭାପତି ଡ.ବାଇଲଡୁ ପାଣିଗ୍ରାହୀ ଏଥିରେ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଆକର୍ଷଣ ଭାବେ ଖ୍ୟାତନାମା ନୃତ୍ୟ ଶିଳ୍ପୀ ନେକ୍ସନ ଓ ଫିଲ ଭିଭାନଶୁ ପ୍ରମୁଖ ଉପସ୍ଥିତ ଥିଲେ।ଏଠାରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତି ଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା,।ସେହି ପରୀ ବହୁ ପ୍ରତିଭାଧାରୀ ବ୍ୟକ୍ତି ଓ ନିମନ୍ତ୍ରିତ ଅତିଥି ମାନଙ୍କୁ ସମ୍ମାନିତ କରାଯାଇଥିଲା । ଶିବାନନ୍ଦ ବାରିକ ଓ ଅଭିଷେକ ସାମନ୍ତରାୟ କାଯ୍ୟକ୍ରମ ରେ ସଂଯୋଜନା କରି ଥିଲେ । ଯୁଗ୍ମ ସମ୍ପାଦିକା ସ୍ୱପ୍ନା ଶୁଭ ଦର୍ଶିନି, କାର୍ଯ୍ୟକାରି ସଭ୍ୟ ଅଭିଶିକ୍ତା ଦାସ ଙ୍କ ସମେତ ବହୁ କର୍ମକର୍ତ୍ତା ସହଯୋଗ କରିଥିବାବେଳେ ଶେଷରେ କୋଷାଧ୍ୟକ୍ଷ ଅର୍ଧେନ୍ଦୁ ଶେଖର ପାଣିଗ୍ରାହୀ ଧନ୍ୟ ବାଦ୍ ଅର୍ପଣ କରିଥିଲେ ।

