ଫୁଲବାଣୀ, ୨୫/୦୩:(ସୁନୀଲ ପଟ୍ଟନାୟକ) କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ନେଡି ପଦର ସ୍ଥିତ ଆଦିବାସୀ ହରିଜନ କଲ୍ୟାଣ ବିଭାଗ ବାଳିକା ହାଇସ୍କୁଲ ର ସହକାରୀ ଶିକ୍ଷୟତ୍ରୀ ସୁଜାତା ପଟ୍ଟନାୟକ ଙ୍କ ମଙ୍ଗଳ ବାର ରାତିରେ ଅକାଳ ବିୟୋଗ ଘଟିଛି l ସୁଜାତା ଭୁବନେଶ୍ୱର ସ୍ଥିତ ଏକ ଘୋରଈ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ l ସେ ଜଣେ ମେଳାପି, ଛାତ୍ରୀବତ୍ସ ଳ, ପରୋପକାରୀ ଶୃଙ୍ଖଳିତ ଶିକ୍ଷୟତ୍ରୀ ଭାବେ ବେଶ ଜଣା ଶୁଣା ଥିଲେ l ତାଙ୍କ ଅକାଳ ବିୟୋଗ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ପାଢ଼ୀ ଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରୀ, ଜିଲ୍ଲା ମଙ୍ଗଳ ଅଧିକାରୀ ରବୀ ନାରାୟଣ ମିଶ୍ର, ବରିଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକ, ବ୍ୟବସାୟୀ ପ୍ରଦୀପ ପାତ୍ର, ରାଜୁ ପଟ୍ଟନାୟକ, ଅବସର ପ୍ରାପ୍ତ କର୍ମଚାରୀ ସରୋଜ ପଟ୍ଟନାୟକ, ପଂଚାୟତ ନିର୍ବାହୀ ଅଧିକାରୀ ସଙ୍ଗଠନ ପକ୍ଷରୁ ଗଭୀର ଶୋକ ପ୍ରକାଶ କରିବା ସହ ଅମର ଆତ୍ମା ର ସଦଗତି କାମନା କରିଛନ୍ତି l ସୁଜାତା ଙ୍କ ମୃତ୍ୟୁ ଶଯ୍ୟା ନିକଟ ରେ ସ୍ଵାମୀ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଲୋକନାଥ ପଟ୍ଟନାୟକ ଓ ଦୁଇ ପୁଅ ଉପସ୍ଥିତ ଥିଲେ l ଫୁଲବାଣୀ ସାହି ସ୍ଥିତ ଶ୍ଵଂଶାନରେ ଶେଷ କୃତ୍ୟ ସଂପନ୍ନ ହୋଇଥଲା l

