ଫୁଲବାଣୀ, ୨୫/୦୩: (ସୁନୀଲ ପଟ୍ଟନାୟକ) ଆସନ୍ତା ଦୁଇ ରୁ ତିନି ସପ୍ତାହ ମଧ୍ୟରେ ଫୁଲବାଣୀ ସଦର ମହକୁମା ମେଡିକାଲ୍ ରେ ଅଲଟ୍ରା ସାଉଣ୍ଡ ସ୍ଥାପନ ହେବ l ଫଳରେ ସହରବାସୀ ଙ୍କ ବହୁ ପ୍ରତିକ୍ଷିତ ଆଶା ପୂରଣ ହେବ l ଏ ହି ଅଲଟ୍ରା ସାଉଣ୍ଡ ମେସିନ ସ୍ଥାପନ ଲାଗି ଦୀର୍ଘ ବର୍ଷ ହେଲା ଜିଲ୍ଲା ନାଗରିକ ମଞ୍ଚ, ବରିଷ୍ଠ ନାଗରିକ ସଙ୍ଘ ମିଳିତ ନାଗରିକ କମିଟି ଆଦି ବିଭିନ୍ନ ସ୍ତରରେ ଦାବୀ ହୋଈ ଆସୁଥିଲା l ଏହି ଅ ଲଟ୍ରା ସାଉଣ୍ଡ ମେସିନ୍ ଆଣିବା ପାଇଁ ପୁର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ତଥା ବର୍ତମାନ ନିର୍ଦେଶକ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଡ଼ା ସନ୍ତୋଷ କୁମାର ପାଢ଼ୀ ଙ୍କ ନିଷ୍ଠା ପର ଉଦ୍ୟମ ଆନ୍ତରିକତା ଓ ଆଗ୍ରହ ପ୍ରକାଶ ଯୋଗୁଁ ଏହା ଆଜି ସମ୍ଭବ ହୋଇପାରିଛି l ଏହି ଅତ୍ୟାଧୁନିକ ମେସିନ ଆଇ ଆର୍ ଇ ଏଲ ପ୍ରଦାନ କରିଛି l ଏହା ଦ୍ବାରା ଜିଲ୍ଲାର ହଜାର ହଜାର ରୋଗୀ ଉପକୃତ ହୋଇପାରିବେ l ପୁର୍ବରୁ କେବଳ ଗର୍ଭ ବତି ମହିଳା ମାନଙ୍କ ପାଇଁ ଅଲଟ୍ରା ସାଉଣ୍ଡ ବ୍ୟବସ୍ଥା ଥିଲା l ପୁରୁଷ ମାନଙ୍କ ପାଇଁ କୌଣସି ସୁବିଧା ନଥିଲା l ରୋଗୀ ମାନଙ୍କୁ ବ୍ରହ୍ମପୁର କିମ୍ବା ଭୁବେନ ଶ୍ୱର୍, କଟକ ଆଦି ଯିବାକୁ ପଡୁଥିଲା l ଏବେ ଏଠାରେ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଉପଲବ୍ଧ ହେବ l ରୋଗୀ ଙ୍କୁ ବାହାରକୁ ଯାଇ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବନି ବୋଲି ସ୍ବାସ୍ଥ୍ୟ ବିଭାଗ ଅଧିକାରୀ କହିଛନ୍ତି ତେବେ ଏହାକୁ ଅତି ଶିଘ୍ର ପ୍ରତିଷ୍ଠା କରି କର୍ଯ୍ୟ କ୍ଷମ କରିବା ପାଇଁ ମେଡିକାଲ୍ କଲେଜ ର ରେଡିଓଲୋଜି ବିଭାଗ ସହକାରୀ ପ୍ରଫେସର,ଡାକ୍ତର ଓ କର୍ମଚାରୀ ଙ୍କ ଆନ୍ତରିକତା ଓ ଆଗ୍ରହ ନିତାନ୍ତ ଜରୁରୀ l ଏହି ଅ ଲଟ୍ରା ସାଉଣ୍ଡ ମେସିନ ସ୍ଥାପନ ପାଇଁ ମେଡିକାଲ କଲେଜ ଡିନ ଓ ସୂପରିଣ୍ଟେଣ୍ଡଣ୍ଟ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଜିଲ୍ଲା ନାଗରିକ ମଞ୍ଚ ସଭାପତି ଡ ଅରୁପ ଜେନା, ସମ୍ପାଦକ ସୁନୀଲ ପଟ୍ଟନାୟକ ଦାବୀ କରିଛନ୍ତି l

